Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୨୫/୦୧ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ରୂପରେଖ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଗମ୍ଭାରୀଗୁଡା ଓ ମାଝୀଗୁଡା ପଞ୍ଚାୟତ ରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଦୁଇ ପଞ୍ଚାୟତ ଯୋଗଦେଇଥିଲେ ।ଆମପାଣି ପଞ୍ଚାୟତ ରେ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା,କନିଷ୍ଠ ଯନ୍ତ୍ରୀ ମାଝୀ, ଶିକ୍ଷକ ଭାଗ୍ୟବାନ ବାଗ ସମାଜସେବୀ ସୁରେଶ ସାହୁ, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ।ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। କଟକ ରୁ ଆସିଥିବା ସିଙ୍ଘମ ଲୋକନୃତ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ସରପଞ୍ଚ ଇଶ ରାମ ସୁନାନୀ, ବିଜେଡି ନେତା ମଙ୍ଗଲୁ ଚରଣ ଭାଟି ଉପସ୍ଥିତ ରହିଥିବା ବେଳେ ଲୋଇସିଙ୍ଗା ର ଶଙ୍କର ଗ୍ରୁପ ବଜାସାଲ କାର୍ଯ୍ୟକ୍ରମ ରେ ଜନ ପ୍ରତିନିଧି ଙ୍କ ସମେତ ଜନ ସାଧାରଣ ନାଚଗୀତ ରେ ଝୁମି ଯାଇଥିଲେ। ଦୁଇ ପଞ୍ଚାୟତ ର କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ପଞ୍ଚାୟତ ପିଇଓ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories