Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଉଦଯାପନି ସମାରୋହ ଅନୁଷ୍ଠିତ।

କୋକସରା:୨୫/୦୧ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ଡିଗ୍ରୀ ମହାବିଦ୍ୟାଳୟ ସ୍ତରରେ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବିଶ୍ୱ ସ୍ତରରେ ଲୋକାଭିମୁଖୀ କରିବା ପାଇଁ ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ବିଳନୀ ଅନୁଷ୍ଠିତ ହେଉଥିବା ବେଳେ।ଏହି ପରିପ୍ରେକ୍ଷୀରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ରେ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ କୁ ନେଇ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁରୁବାର ଉଦଯାପନି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ମାଣିକେଶ୍ୱରୀ କଲେଜ ଥୁ. ରାମପୁର ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ,ବ୍ୟୋମକେଶ ପଣ୍ଡା ଉପସ୍ଥିତ ରହି ଥିବାବେଳେ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ଐରି ନାସନ ଚିନ୍ଦା ଓ ଅଧ୍ୟାପିକା କନକ ମଞ୍ଜରୀ ବେହେରା କରିଥିଲେ। ଏହି ଅବସର ରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତି ର ଅସ୍ମିତା ଉପରେ ବକ୍ତା ମାନେ ମତ ଦେଇଥିଲେ । ଅନୁଷ୍ଠିତ ହୋଇଥିବା ବିଭିନ୍ନ ଭାଷା, ସାହିତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ। ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା ଶୁଭଶ୍ରୀ ସାହୁ ଓ କର୍ମଚାରୀପୁଷ୍ପିତା ବିଶି, ସୁନିଲ ପ୍ରଧାନୀ, ତପନ ବିଶି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories