Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡ଼ହାଣ୍ଡି ମଞ୍ଚ ରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ।

କୋକସରା୨୬/୦୧
୭୫ ତମ ସାଧାରଣତନ୍ତ୍ର ଅବସରରେ କୋକସରା ବ୍ଲକ ର ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ, ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଡହାଣ୍ଡି ମଞ୍ଚ ରେ ସ୍ଥାନୀୟ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଜାତୀୟ ଉତ୍ତୋଳନ କରିବା ପରେ ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗିତ ଗାନ କରିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚ ରେ ଉପସ୍ଥିତ ରହିଥିଲେ।ଏହି ଅବସର ରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣ ଙ୍କୁ ବିଡ଼ିଓ ଶ୍ରୀମତୀ ମାଝୀ ୭୫ ତମ ସାଧାରଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇଥିଲେ । ପରେଡ଼ ଅଭିବାଦନ କୁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ, ଜବାହାର ଉଚ୍ଚ ବିଦ୍ୟାଳୟ ର ଏନସିସି ସ୍କୁଲ ର ଛାତ୍ରଛାତ୍ରୀ ଓ ମୋଟେର ଏଲନିଶି ସ୍କୁଲ,ଓଏଭି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ। ପରେ ସିଙ୍ଘମ, ନାଟରାଜ ଗ୍ରୁପ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ଗୀତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସର ରେ ବ୍ଲକ ପ୍ରଶାସନ ପକ୍ଷରୁ ଯୁବ ବୈଜ୍ଞାନିକା ଡ଼.ସୁନିତି ପୁରୋହିତ, କ୍ରୀଡା ରେ ଛାତ୍ର ଦୁଷ୍ମନ୍ତ ପାଣିଗ୍ରାହୀ ଓ ଛାତ୍ରୀ ସ୍ନେହଳତା ଖରସେଲ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ରେ ପୋଲିସ କର୍ମଚାରୀ,ଅଗ୍ନିଶମ ବିଭାଗ କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ସଚେତନ ନାଗରିକ ରହି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ରେ ଉପସ୍ଥିତ ରହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ ର ରୁପରେଖ ପ୍ରସ୍ତୁତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories