Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଇନ୍ଦିରା ଗାନ୍ଧୀଙ୍କ ଶାବକ ସହ ଫଟୋ ସେୟାର କରି ପିଏମଙ୍କୁ କଂଗ୍ରେସର କଟାକ୍ଷ- ଦୟା କରି ଆଦାନୀଙ୍କୁ ବିକିବେ ନାହିଁ

ମହୀଶୂର: କର୍ଣ୍ଣାଟକର ବାନ୍ଦିପୁର ଏବଂ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ସଫାରୀର ଆନନ୍ଦ ନେଇଛନ୍ତି ଏବଂ ଖୁବ୍ ଫଟୋ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାନ୍ଦିପୁରରେ ଜଙ୍ଗଲ ସଫାରୀ ଉପରେ ରବିବାର କଂଗ୍ରେସ କଟାକ୍ଷ କରିଛି। କର୍ଣ୍ଣାଟକ କଂଗ୍ରେସ ଇନ୍ଦିରା ଗାନ୍ଧୀଙ୍କ ପୁରୁଣା ଫଟୋ ସେୟାର କରି କହିଛି, କଂଗ୍ରେସ ସରକାର ଥିଲା ଯିଏ ବାନ୍ଦିପୁରରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲା। ଆଜି ଆପଣ ଏଠାରେ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି। ଆମର ଅପିଲ୍ ବାନ୍ଦିପୁରକୁ ଆଦାନୀଙ୍କୁ ବିକ୍ରି କରିବେ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାବକକୁ କୋଳରେ ଧରିଥିବା ଫଟୋ ସେୟାର କରି କର୍ଣ୍ଣାଟକ କଂଗ୍ରେସ କହିଛି, ମୋଦୀ ଜୀ ଏହା କଂଗ୍ରେସ ସରକାର ଥିଲା ଯିଏ ୧୯୭୩ରେ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲା। ଫଳରେ ଆଜି ଆପଣ ସଫାରୀର ଆନନ୍ଦ ନେଇ ପାରୁଛନ୍ତି। ପ୍ରକଳ୍ପ ହେବାର ପରିଣାମ ଆଜି ବ୍ୟାଘ୍ର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଆପଣଙ୍କୁ ଖାସ୍ ଅପିଲ୍- ବାନ୍ଦିପୁରକୁ ଆଦାନୀ ହାତରେ ଟେକି ଦେବେ ନାହିଁ।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ଜାତୀୟ ମୁଖପାତ୍ର ଜୟରାମ ରମେଶ ଟ୍ଵିଟ୍ କରିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ବାନ୍ଦିପୁରରେ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ପୂରା ଶ୍ରେୟ ନେବେ। ନିଜର ସଉକ ମେଣ୍ଟାଇବା ପାଇଁ ପରିବେଶ, ଜଙ୍ଗଲ, ବନ୍ୟଜନ୍ତୁ ଏବଂ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ସୁରକ୍ଷା ପାଇଁ ପ୍ରଣୟନ ସମସ୍ତ ଆଇନର ଉଲ୍ଲଂଘନ କରୁଛନ୍ତି। ଯେତେ ଚର୍ଚ୍ଚା ସାଉଁଟିଲେ ମଧ୍ୟ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ ବୋଲି ଜୟରାମ ରମେଶ କହିଛନ୍ତି।