ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡା କୁ ହରାଇ ବେହେରା ଦଳ ଚାମ୍ପିୟାନ।

କୋକସରା:୨୭/୦୧
କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ସ୍ୱାମୀ ବିବେକାନନ୍ଦ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ରାଧା ମାଧବ ଖେଳ ପଡ଼ିଆ ରେ ଗତ ୧୫/୦୧ ରୁ ଆରମ୍ଭ ହୋଇଥିବା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଶୁକ୍ରବାର ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ବିକ୍ରମ କୁମାର ଗୁପ୍ତା, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ପୂର୍ବତନ ସରପଞ୍ଚ ଜୟଲାଲ ନାଏକ,ସମାଜସେବୀ କୁରୁକ୍ଷେତ୍ର ପାଣିଗ୍ରାହୀ,ରାଜ କିଶୋର ସାହୁ, ବିଜେଡି ପଂଚାୟତ ସଭାପତି ଅରବିନ୍ଦ ପଟ୍ଟନାୟକ,କେଶରୀ ବଚ୍ଛା,ସୁରେଶ ପାଣିଗ୍ରାହୀ, ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଅମ୍ପିଆର ଭାବେ ଅଶ୍ୱିନୀ ମହାନ୍ତି, ଶୁଭେନ୍ଦୁ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଖେଳ ର ଧାରା ବିବରଣୀ ପ୍ରଦୀପ ପଟେଲ, ପିଣ୍ଟୁ ପଟ୍ଟନାୟକ କରିଥିଲେ। କ୍ରିକେଟ ଫାଇନାଲରେ ଚିଲିଗୁଡା ଦଳ କୁ ହରାଇ ବେହେରା ଦଳ ମ୍ୟାଚ ଚାମ୍ପିୟାନ ହୋଇଥିଲେ। ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।ସ୍ୱାମୀ ବିବେକାନନ୍ଦ କ୍ଲବ।ପକ୍ଷରୁ ବାବୁ ସାହୁ,ରାଜା ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଗହୀର,ବିକ୍ରମ ସାହୁ,ଆଶିଷ ନିଆଲ,ବିନୋଦ ପାଣିଗ୍ରାହୀ, ଅଜିତ ନିଆଲ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।