Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ଠାରେ ଜିଲ୍ଲା ପାଳ ଙ୍କ ଜନଶୁଣାଣି ଶିବିର …..୬୬ ଅଭିଯୋଗ ପଞ୍ଜିକୃତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସର ରାଜୀବଗାନ୍ଧି ସେବା ଭବନ ଠାରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ଉପଜିଲ୍ଲାପାଳ ଡକ୍ଟର ବିଶ୍ୱଜିତ ଦାଶ ,ଏସଡିପିଓ ଅଜୟ ଦାଶ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗ୍ରୀ, ତହସିଲଦାର ଅରୁଣ ବର୍ଗେ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ମହେଦ୍ର ରଣା, ଭାରପ୍ରାପ୍ତ ଜିପିଇଓ ଦେବରାଜ ରଣା,ଓ ଅନ୍ୟାନ୍ୟ ବିଭାଗ ର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୬୬ ଜଣ ଆବେଦନକାରୀ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏଥି ମଧ୍ୟରୁ ୫୧ ଟି ଅଭିଯୋଗ ବ୍ୟକ୍ତିଗତ ରହିଥିବା ବେଳେ ୧୫ ଟି ସାମୁହିକ ଅଭିଯୋଗ ରହିଥିଲା ।ଏହି ଶିବିର ରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ ଜନ ସାଧାରଣ ଙ୍କ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା,ରିଷିଡା ଫାଣ୍ଡି ଅଧିକାରୀ ବିପିନ ବିହାରୀ ମିଶ୍ର ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ