Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; ୫୦% ମିଳିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଏହି ଅନେକ କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ପୂର୍ବରୁ କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା। ଏବେ ତାହା ବୃଦ୍ଧି ପାଇ ୫୦ ପ୍ରତିଶତ ହୋଇଛି। ଏଣିକି ୪୨ ପ୍ରତିଶତ ବଦଳରେ ମିଳିବ ୫୦% ମହଙ୍ଗା ଭତ୍ତା । କେନ୍ଦ୍ର ସରକାରୀ କର୍ମଚାରୀ  ପ୍ରତି ମାସରେ ୯୦୦୦ ଟଙ୍କା ଅଧିକ ଦରମା ପାଇବେ ।

ସରକାରଙ୍କ ପକ୍ଷରୁ ବର୍ଷରେ ୨ ଥର ମହଙ୍ଗା ଭତ୍ତା ମିଳିଥାଏ । ମାର୍ଚ୍ଚରେ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିଲେ । ସପ୍ତମ ବେତନ କମିଶନ ଅନୁସାରେ ମହଙ୍ଗା ଭତ୍ତାର ନିୟମ ହେଉଛି, ମହଙ୍ଗା ଭତ୍ତା ଯେତେବେଳେ ୫୦ ପ୍ରତିଶତ ହୋଇଯିବ ସେତେବେଳେ ଏହାକୁ ଶୂନ୍ୟ କରି ଦିଆଯିବ । ୫୦ ପ୍ରତିଶତ ବୃଦ୍ଧି ହିସାବରେ ଯେତିକି ଟଙ୍କା କର୍ମଚାରୀଙ୍କୁ  ମିଳିବ ତାହାକୁ ମୂଳ ଦରମାରେ ମିଶାଇ ଦିଆଯିବ।

More Stories