Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିର ଉପରେ ଉପୁଡି ପଡ଼ିଲା ନିମ୍ବ ଗଛ; ୭ ମୃତ ୩୦ରୁ ଅଧିକ ଆହତ

ମହାରାଷ୍ଟ୍ର: ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକ ମନ୍ଦିର ପରିସରରେ ଥିବା ଏକ ବିରାଟ ନିମ୍ବ ଗଛ ଉପୁଡି ପଡ଼ିଛି। ଏହି ଅଘଟଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରବିବାର ସନ୍ଧ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପ୍ରବଳ ଝଡବର୍ଷା ଯୋଗୁ ଟିଣ ସେଡ୍ ଉପରେ ଏକ ପୁରୁଣା ନିମ୍ବ ଗଛଟି ଉପୁଡ଼ି ପଡ଼ିଥିଲା। ସେତେବେଳେ ବର୍ଷା ହେଉଥିବା ଯୋଗୁ ଅନେକ ଲୋକ ସେଡ୍‌ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ଗଛଟି ଉପୁଡି ପଡ଼ିବା ଯୋଗୁ ଗଛ ତଳେ ଅନେକ ଶ୍ରଦ୍ଧାଳୁ ଫସି ରହିଥିଲେ। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ପାଇବା ମାତ୍ରେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତଳେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ।

ଗ୍ରାମବାସୀ ମଧ୍ୟ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପୋଲିସ ଟିମ୍ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଗଛକୁ ଉଠାଇବା ଲାଗି ଜେସିବି ମେସିନ୍ ନିୟୋଜିତ କରାଯାଇଥିଲା। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ