ଏମ୍ଏମ୍ଆରସି କ୍ରିକେଟ ଟୁର୍ଣ୍ଣାମେଣ୍ଟ କର୍ଲାଗୁଡା ଦଳ ଚାମ୍ପିୟାନ।

କୋକସରା:୦୪/୦୨
କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଠାରେ ଚାଲିଥିବା ଏମ୍ଏମ୍ଆରସି ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚରେ ବଡପୋଡାଗୁଡା ତଳପଡା ଓ କର୍ଲାଗୁଡା ଟିମ୍ ଖେଳିଥିଲେ। ୩ ଉଇକେଟ ବିନିମୟରେ ମ୍ୟାଚ ଜିତି କର୍ଲାଗୁଡା ଦଳ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ମ୍ୟାଚରେ ଅମ୍ପିଆର ଭାବେ ଖେଳ ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ ଓ ନିଲାମ୍ବର ଦାସ ପରିଚାଳନା କରିଥିଲେ। ସ୍କୋରର ବିକି ଦାସ ରହିଥିବାବେଳେ ଗଜିନ୍ଦ୍ର ନାଗ ଓ ସୁବାସ କରୁଆଁ ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ତଥା କଂଗ୍ରେସ ନେତ୍ରୀ ରଶ୍ମିରେଖା ରାଉତ,ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ବଡ଼ ପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ, ଧନୁ ଦୁର୍ଗା, ବଲସିଂ ଧ.ମାଝୀ, ଭଜମନ ନାଏକ, ଧର୍ମାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଭୟ ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥରାଶି, ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ କର୍ଲାଗୁଡା ଟିମର ରମେଶ ପଟେଲ ଓ ମ୍ୟାନ୍ ଅଫ୍ ଦି ସିରିଜ ବଡପୋଡାଗୁଡା ଟିମର ଶିବା ପୁଝାରୀ ବିବେଚିତ ହୋଇଥିଲେ। ଆୟୋଜକ କମିଟିର ସଦସ୍ୟ ମାନେ ଖେଳ ପରିଚାଳନା ରେ ସହେଯାଗ କରିଥିଲେ।