Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗୋଷ୍ଠି ଶିକ୍ଷା ବିଭାଗ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୦୫/୦୨
ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଓ ସାହିତ୍ୟ କୁ ବିଶ୍ୱ ସ୍ତରୀୟ ସ୍ଥାପିତ କରିବା ଓ ଓଡ଼ିଆ ଭାଷା ସାହିତ୍ୟ କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଦିବସ ଭାବେ ପାଲନ କରାଯାଉଛି। ଏହି ପରିପ୍ରେକ୍ଷୀ ରେ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ସ୍ତତୀୟ ଆୟୋଜିତ କାର୍ଯ୍ୟକ୍ରମ ରେ କୋକସରା ବିଇଓ ରଶ୍ମିତା ନେ ତ ମ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସୁଧୀର ପାତ୍ର,ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସରଜୁ ପ୍ରସାଦ ସାହୁ,ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ବରିଷ୍ଠ ଶିକ୍ଷକ ଭୁଜରାଜ ମାଝୀ, ଦୟାନିଧି ହଂସ, ଜୟସଙ୍କର ପାଠି, ନିଳାମ୍ବର ଦାସ ମଞ୍ଚ ରେ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଓ ଶିକ୍ଷାନୁଷ୍ଠାନ ରେ ଓଡ଼ିଆ ଭାଷାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ମଞ୍ଚ ସଂଯୋଜନା ନୋଡାଲ ସିଆରସି ବୈକୁଣ୍ଠ ଜାଲ ଓ ପ୍ରଶାନ୍ତ କୁମାର ଶବର କରିଥବା ବେଳେ ସିଆରସି ଅଜୟ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସର ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ମଣି ରାମ ମାଝୀ ଶିକ୍ଷୟିତ୍ରୀ ଯଶୋଦା ବାଗ ସମେତ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories