କୋକସରା ବ୍ଲକ ରୁ ବାହାରିଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା,ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କଲେ ବିଡ଼ିଓ।

କୋକସରା:୦୫/୦୨
ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରୁ ଶ୍ରଦ୍ଧାଳୁ ଙ୍କ।ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ଆୟୋଜନ କରାଯାଇଛି।ଆଜି କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ୪୪୦ ଜଣ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା କରିଛନ୍ତି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରି ୧୦ ଗୋଟି ଯାତ୍ରୀବାହୀ ବସ ଯୋଗେ ପୁରୁଷ ମହିଳା ଶ୍ରଦ୍ଧାଳୁ ଙ୍କୁ ପଠାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା କୁ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ପତାକା ଦେଖାଇ ଯାତ୍ରା ପାଇଁ ଶୁଭାରମ୍ଭ କରିଥିଲେ। ବ୍ଲକ ବିଏସଏସଓ ଦୀପକ କୁମାର ବେହେରା ଙ୍କ ତତ୍ୱାବଧାନ ରେ ପ୍ରତି ବସ ରେ ପଞ୍ଚାୟତ କର୍ମଚାରୀ ଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ସମୟରେ ଜୟ ଜଗନ୍ନାଥ ଧ୍ୱନି ଦେଇ ଶ୍ରଦ୍ଧାଳୁ ମାନେ ଯାତ୍ର ଆରମ୍ଭ କରିଥିଲେ।