କାର ଧକ୍କାରେ ଯୁବକ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର।

କୋକସରା:୦୫/୦୨
ଜାତୀୟ ରାଜପଥ ୨୬ କୋକସରା ଥାନା କୁସୁମଖୁଣ୍ଟି ଶିବ ମନ୍ଦିର ନିକଟରେ ଏକ କାର ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା ଫଳରେ ବାଇକରେ ଥିବା ଯୁବକ ଗୁରୁତର ଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତିି କରିଥିଲେ।ତେବେ ଯୁବକ ଙ୍କ ଅବସ୍ଥା ଜଟିଳ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭବାନୀପାଟଣା କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଗୁରୁତର ଯୁବକ ଜୟପାଟଣା ବ୍ଲକ ଉଛୁଳା ଗ୍ରାମ ର ହୋଇଥିବା ବେଳେ ସେ ନୂନପାଣି ରୁ ଘର କୁ ଫେରିବା ସମୟରେ କାର ଧକ୍କା ଦେଇଥିଲେ।