Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା ପଞ୍ଚାୟତ ରେ ଆମ ଓଡ଼ିଶା ନବିନ ଓଡିଶା -ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ।

କୋକସରା:୦୫/୦୨
ଧର୍ମଗଡ଼ ବ୍ଲକ୍ ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ସୋମବାର ଦିନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ବେହେରା ପଞ୍ଚାୟତ ସରପଞ୍ଚ କୁମୁଦିନୀ ଗଇନ୍ଟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ,ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ,ସମିତି ସଭ୍ୟ କିଶୋର ନାଗ, ଟେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ,ବିଜେଡି ସଭାପତି ଟିକମନ ୟାଦବ,ସମାଜ ସେବୀ ନିର୍ମଳ ଗୋପାଳ,ଗୌର ଚନ୍ଦ୍ର ବାଗ,ଅବସରପ୍ରାପ୍ତ ଶିକ୍ଷକ ତୁଳସିରାମ ବାରିକ,ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ତିବାରି ,କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ କୃଷି ସେବା ସମବାୟ ସମିତି ସଭାପତି ଭବେଶ ଗଇନ୍ଟା ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚ ସିନ ଅତିଥି ମାନେ ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ସଚେତନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଧାରା ମାଧ୍ୟମରେ ଏକ ବିକଶିତ ଓଡ଼ିଶା ଗଠନ କରିବା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ପ୍ରମୁଖ ଭୂମିକା ନେଇଛି ।ଆଜି ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚ ଅଥବା ଜନ୍ମ ଠାରୁ ମୃତ୍ୟୁ ଯାଏ ସମସ୍ତ ପ୍ରକାର ଯୋଜନା ନିର୍ମାଣ ହୋଇ ଏକ ବିକଶିତ ପଥରେ ରାଜ୍ୟ ଆଗେଇ ଚାଲିଛି।ଅର୍ଥନୈତିକ କ୍ଷେତ୍ରରେ ରାଜ୍ୟ ଅଗ୍ରଗତି ଭାବେ ଆଗେଇ ଚାଲିଛି -ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦୂର ଦୃଷ୍ଟି ଓ ଆଦର୍ଶ ର ଫଳ ବୋଲି ଅତିଥି ମାନେ ଅବିଭାଷଣ ରଖିଥିଲେ। ଏହି ପରିପେକ୍ଷିରେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ଖୋଲା ଯାଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା।ଏପରିକି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ପ୍ରଗତିଶୀଳ ଅନୁଷ୍ଠାନ ,କଳାକାର ମାନଙ୍କୁ ସମ୍ମାନୀତ ସମର୍ଦ୍ଧନା କରାଯାଇଥିଲା।ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳ ତଥା ପଞ୍ଚାୟତ ର ସହ ଶହ ମହିଳା ପୁରୁଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ବେହେରା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories