ଲୋକକଲା ମାଧ୍ୟମରେ ରୂପାନ୍ତରିତ ଓଡିଶା ର ବିକାଶ ର ବାର୍ତ୍ତା ନେଇ ପ୍ରତି ଗାଁ ରେ ଲୋକ କଳାକାର।

କୋକସରା:୦୫/୦୨
ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ରେ ଆୟୋଜିତ ହେଉଥିବା ବେଳେ କୋକସରା ବ୍ଲକ ରେ ସୋମବାର ଠାରୁ ଲୋକକଲା ମାଧ୍ୟମରେ ରୂପାନ୍ତରିତ ଓଡିଶା ର ବିକାଶ ର ବାର୍ତ୍ତା କୁ ନେଇ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ ପ୍ରତି ଗାଁ ରେ ଘୁମୁରା, ବଜାସାଲ, ବନାବାଡି, ସଂକୀର୍ତ୍ତନ, ଘୁଡୁକା,ପାଲା, ଦାସକାଠିଆ, ସ୍ବଙ୍ଗ ନାଟ,ଲୋକ କଳାକାର ମାନେ ପହଞ୍ଚି ଓଡିଶା ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ୧୫ ଗୋଟି ଲୋକାଭିମୁଖୀ ଯୋଜନା ଉପରେ ନାଚଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ଆଜି କୋକସରା ବ୍ଲକ ର ଗମ୍ଭାରୀଗୁଡା ଓ କାଶିବାହଲ ପଂଚାୟତ ରେ ଏହି ଲୋକ କଳାକାର ମାନେ ନବୀନ ଓଡିଶା ଆମ ଓଡ଼ିଶା, ବିଭିନ୍ନ ଧାର୍ମିକ ପୀଠ ର ରୂପାନ୍ତରିତ,ସ୍କୁଲ କଲେଜ ରୂପାନ୍ତରିତ, ଲକ୍ଷ୍ମୀ ଓ ଜଗନ୍ନାଥ ବସ ସେବା,କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନବୀନ ସ୍ୱାସ୍ଥ୍ୟ କାର୍ଡ ଓ ଅନ୍ୟ ଲୋକାଭିମୁଖୀ ଯୋଜନା ଉପରେ ସଚେତନତା ବାର୍ତ୍ତା ଦେଉଛନ୍ତି। ଲୋକ କଳାକାର ଙ୍କ ନାଚଗୀତ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।