କୁଳେରଗୁଡା ଠାରେ ମା ବସ୍ତରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

କୋକସରାl:୦୫/୦୨
କୋକସରା ବ୍ଲକ ଟେମରା ପଂଚାୟତ କୁଳେରଗୁଡା ମା ବସ୍ତରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ। ହୋଇଯାଇଛି। କୁଳେରଗୁଡା ସିନାପଡା ଖେଳ ପଡ଼ିଆ ରେ ଉଦଘାଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ସମ୍ମାନିତ ଅତିଥି ଭାବେ ରାଏମଲ ବେହେରା, ଡମ୍ବରୁଧର ବେହେରା,ଶ୍ୟାମ ସୁନ୍ଦର ପାଳି, କ୍ଷେତ୍ରମୋହନ ବାଗ,ସୋମନାଥ ସାହୁ, ସରସ୍ଵତୀ ପୁଝାରି ଉପସ୍ଥିତ ରହି କ୍ରୀଡା ପତକା ଉତ୍ତୋଳନ କରିବା ସହ ଉଦଘାଟନୀ ମ୍ୟାଚ ର ମଣ୍ଡଳ ଓ ଡହଗାଁ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଖେଳ ଶିକ୍ଷକ ତାପସ ଦାସ,ଲାଇନ୍ସ ମ୍ୟାନ ଭୁପେନ୍ଦ୍ର ଗୋପାଳ,ଜଗ ମୋହନ ମାଝୀ ଖେଳ ଖେଳାଇଥିବା ବେଳେ ଖେଳ ର ଧାରା ବିବରଣୀ ରୋହିତ ପାଣିଗ୍ରାହୀ ଓ ଚନ୍ଦ୍ର ମୋହନ ପୁଝାରି ଦେଇଥିଲେ । ଉଦଘାଟନୀ ମ୍ୟାଚ ରେ ମଣ୍ଡଳ ଦଳ କୁ ଡ଼ହଗାଁ ୨/୧ ଗୋଲ ରେ ହରାଇ ବିଜେତା ହୋଇ ପରବର୍ତ୍ତୀ ପର୍ଯ୍ୟାୟ କୁ ପହଞ୍ଚିଥିବା ବେଳେ ମା ବସ୍ତରେନ ମାଉଳି ଅନୁଷ୍ଠାନ ର ସଭାପତି ଈଶ୍ୱର ବେହେରା, ସମ୍ପାଦକ ଶ୍ୟାମ ସୁନ୍ଦର ପାଳି,ସହ ସମ୍ପାଦକ କୈଳାଶ ବେହେରା, ସୁରେନ୍ଦ୍ର ପାଳି, ଲିଙ୍ଗରାଜ ଲଦୁଆ,କୋକିଳ ପରାଭୂଏ, ଭୁପେନ୍ଦ୍ର ବେହେରା,ଲକ୍ଷ୍ମୀ କାନ୍ତ ପୁଝାରି, ନୀଳକଣ୍ଠ ବେହେରା,ଦୀପକ ପୁଝାରି।ଓ ଅନ୍ୟ ସଦସ୍ୟ ମାନେ ଖେଳ।ପରିଚାଳନା ରେ ସହଯୋଗ କରିଥିଲେ।