Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହେଟ୍ ସ୍ପିଚକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତା, ତାଙ୍କ ମୌନ ସହମତିର ପ୍ରତୀକ: ନସିରୁଦ୍ଦୀନ ଶାହ

ନୂଆଦିଲ୍ଲୀ: ଭାରତର ସବୁଠୁ କୁଶଳ ଏବଂ ଉନ୍ନତ ବିଚାରଶୀଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ନସିରୁଦ୍ଦୀନ ଶାହ ହେଟ୍ ସ୍ପିଚକୁ ନେଇ ବଡ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ବନ୍ଧରେ ନିରବ ରହିବା ଏହା ତାଙ୍କର ମୌନ ସମ୍ମତିର ପ୍ରତୀକ।

ଘୃଣିତ ଭାଷଣକୁ ନେଇ ନସିରୁଦ୍ଦୀନ କହିଛନ୍ତି, ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲିବା ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଏବଂ ଆମ ସମସ୍ତଙ୍କ ସୁରକ୍ଷା ତାଙ୍କର କାମ। ସରକାରଙ୍କ ନିରବତା ଆଶ୍ଚର୍ଯ୍ୟଚକିତ ଲାଗୁଛି। ଏହା ମୌନ ସହମତିର ପ୍ରତୀକ ବୋଲି ଶାହ କହିଛନ୍ତି।
ସେ କହିଛନ୍ତି, ଆମ ଦେଶରେ ଘୃଣିତ ଭାଷଣ ଦେବା କୌଣସି ନୂତନ କଥା ନୁହେଁ। ଭାରତୀୟଙ୍କୁ ପିଢି ପରେ ପିଢି ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ଏହି ଧରଣର ଘଟଣା ସାମ୍ନା କରିବାକୁ ପଡୁଛି। କିନ୍ତୁ ବର୍ତ୍ତମାନ ଭାରତୀୟ ଶାସନ ବ୍ୟବସ୍ଥା ହେଟ୍ ସ୍ପିଚକୁ ବୈଧ୍ୟ କରି ଦେଇଛି। ଦେଶରେ ତ ସରକାରଙ୍କ ସମାଲୋଚନା କଲେ ଦେଶ ବିରୋଧୀର ଆଖ୍ୟା ଦିଆଯାଉଛି। ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବାର ଏକ ଅଜବ ପ୍ରଚଳନ ଦେଶରେ ଆରମ୍ଭ ହୋଇ ଯାଇଛି।

କେମିତି ଭାରତୀୟମାନେ କୌଣସି ଚିନ୍ତା ନକରି ମନ୍ତବ୍ୟ ଦେବାରେ ଲାଗିଛନ୍ତି ଏବଂ ଶିଷ୍ଟାଚାର ହରାଇବାରେ ଲାଗିଛନ୍ତି। ଦେଶବାସୀଙ୍କ ବିଚାରଧାରା ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ ସ୍ଵର ଦବାଇବାର ପ୍ରୟାସ କରାଯାଉଛି। ଦେଶ ବର୍ତ୍ତମାନ ଅଘୋଷିତ ଜରୁରୀକାଳୀନ ସ୍ଥିତି ଦେଇ ଗତି କରୁଥିବା ପ୍ରତୀତମାନ ହେଉଛି ବୋଲି ଏକ ଜାତୀୟ ଗଣମାଧ୍ୟମ ସହ ସ୍ଵତନ୍ତ୍ର ସାକ୍ଷାତ ବେଳେ ଏହା କହିଛନ୍ତି ଏହି ବରିଷ୍ଠ ଅଭିନେତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ