ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ ।


କୋକସରା୦୬/୦୨
ତାଳୁକ ଆଇନ ସେବା ପ୍ରାଧିକରଣ କୋକସରା ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ କୋକସରା ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଶ୍ରୀମତୀ ରିତିକା ଜେନା ଙ୍କ ତତ୍ୱାବଧାନ ରେ ପାଳିତ ହୋଇଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମ ରେ କୋକସରା ଜବହାର ଉଚ୍ଚ ବିଦ୍ୟାଳୟ ର ଏନସିସି ଓ ଛାତ୍ରଛାତ୍ରୀ ,କୋକସରା କୋର୍ଟ ର କାର୍ଯ୍ୟରତ ଆଇନଜୀବୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ହୋଇ କୋକସରା ସହର ପରିକ୍ରମା କରି ଲୋକଙ୍କୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରି ଗାଡି ମୋଟର ଚଳାଇବା ପାଇଁ ସଚେତନତା କରିଛନ୍ତି।କାର୍ଯ୍ୟକ୍ରମ ରେ ଏନସିସି,ଏଏନଓ ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି,ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରି,ଲଖିଧର ମେହେର,ସରକାରୀ ଓକିଲ ଅଜିତ ପଟ୍ଟନାୟକ,ମନୋଜ ନାଏକ,ପଞ୍ଚାନନ ବେଶ୍ରା,ପ୍ରେମଲାଲ ସିଂ,ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।