Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଏସଏସଡି ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

କୋକସରା:୦୮/୦୨
( ଶିକ୍ଷା ହିଁ ଜନଜାତି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ିବ)
କୋକସରା ବ୍ଲକ ଆମପାଣି ସରକାରୀ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ର ୭୪ ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରାମକୃଷ୍ଣ ଗଣ୍ଡ ଙ୍କ ସଭା ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ ଯୋଗଦେଇ ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି, ଏଣୁ ଭଲ ପଢି ନିଜର ଭବିଷ୍ୟତ ଗଢିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉଦୟ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମାଜସେବୀ ଜିତେନ୍ଦ୍ର ପଣ୍ଡା, ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା, ଭାରପ୍ରାପ୍ତ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ବେହେରା, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ସୁରେଶ ସାହୁ, ଭାସ୍କର ଦଣ୍ଡସେନା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚ ସଂଯୋଜନା ଶିକ୍ଷକ ପ୍ରଣବ କୁମାର ଯୋଶୀ ଓ ଅମୂଲ୍ୟ ନାଏକ କରିଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲ କମିଟି ର କେଶବ ବେନୁପାଣି, ଅହଲ୍ୟା ପାଣିଗ୍ରାହୀ, ଶବର ଚଳାନ, ହେମାଲତା ଜଗତ, ସବିତା ମାଝୀ,ଉର ପୁଝାରି ସମେତ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଓ ଏସ ଏସ ଡି ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି।କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories