Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ବିଧାୟକ ଙ୍କ ଜନ୍ମ ଦିନ ଅବସର ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ।

କୋକସରା:୦୮/୦୨ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କ ଜନ୍ମ ଦିନ ଅବସର ରେ ବିଜୁ ଯୁବ,ଛାତ୍ର,ମହିଳା ଦଳ ପକ୍ଷରୁ କୋକସରା ସ୍ଵାସ୍ଥ୍ୟ କେନ୍ଦ୍ର ସଭାଗୃହ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିର ରେ ବିଧାୟକ ଶ୍ରୀ ବାଗ ଯୋଗଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିଥିବା ବେଳେ ଉପସ୍ଥିତ ବିଜେଡି ର କର୍ମକର୍ତ୍ତା ମାନେ ବିଧାୟକ ଙ୍କୁ ଜନ୍ମ ଦିବସ ର ଶୁଭେଚ୍ଛା ସହ ସମ୍ବର୍ଦ୍ଧିତ କରି ଦିର୍ଘ ଜୀବନ ଓ ନିରାମୟ ଜୀବନ ପାଇଁ କାମନା କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ବିଜେଡି ର ଯୁବ,ଛାତ୍ର ଓ ମହିଳା କର୍ମକର୍ତ୍ତା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ରକ୍ତଦାନ ଶିବିର କୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ଛାତ୍ର ଜନତା ଦଳ ସଭାପତି ମାନସ ବେହେରା,ଯୁବ ସଙ୍ଗଠକ ମହେଶ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆଶୁତୋଷ ପୁରୋହିତ,ଜିତେନ୍ଦ୍ର ପ୍ରଧାନୀ,ବାବୁ ସାହୁ, ଅରବିନ୍ଦ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ,ତପନ ମାଝୀ, ଆକାଶ ପ୍ରଧାନୀ,ନାରିନେତ୍ରୀ ଅଶୋକା ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories