Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଅମଳ ଉତ୍ସଵ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୦୮/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ରେ ଓଡିଶା ମିଲେଟ ମିଶନ ସହାୟତା ରେ ଦି ହ୍ୟୁମାନ ଡେଭପମେଣ୍ଟ ଅନୁଷ୍ଠାନ ପକ୍ଷରୁ ମାଣ୍ଡିଆ ଅମଳ ଉତ୍ସବ ଓ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଗୋତୋମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆ ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ବିଶେଶ୍ୱର ସାହୁ,ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, ଦି ହ୍ୟୁମାନ ଡେଭପମେଣ୍ଟ ଅନୁଷ୍ଠାନ ର ସଭାପତି ଦୁଷ୍ମନ୍ତ ସାହୁ,ସମ୍ପାଦକ ମାନସ ରଞ୍ଜନ ସାହୁ, ଗୋ ତୋ ମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ଉପସ୍ଥିତ ରହି ରାଜ୍ୟ ସରକାର ମିଲେଟ ମିଶନ କୁ ପ୍ରୋତ୍ସାହନ କରିବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ମିଶନ ଶକ୍ତି,ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମାଣ୍ଡିଆ ରୁ ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଚାହିଦା ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ରେ ବଢିଛି ବୋଳି ମତ ଦେଇଥିଲେ। ଏହି ମାଣ୍ଡିଆ ଅମଳ।ଉତ୍ସଵ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ଦ୍ଵାରା ମାଣ୍ଡିଆ ରେ ତିଆରି ଅନେକ ଷ୍ଟଲ ଖୋଲା ଯାଇ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ କୋକସରା ବ୍ଲକ ବିପିସି ସୁରେନ୍ଦ୍ର ଜୁଏଡ଼, ଏବିପିସି ଅଭିମନ୍ୟୁ ବାଗ, ଗଜିନ୍ଦ୍ର ବାଗ, ସୁଶୀଲ ଭାଟି,ଗୋବିନ୍ଦ ଚନ୍ଦ୍ର ମାଝୀ ପ୍ରମୁଖ କର୍ମଚାରୀ ମାନେ ସହଯୋଗ କରିଥିଲେ। ବିପିସି ସୁରେନ୍ଦ୍ର ଜୁଏଡ ମଞ୍ଚ ସଂଯୋଜନା କରିଥିବା ବେଳେ ଏବିପିସି ଅଭିମନ୍ୟୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories