Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କୁ ଚାଲ ଅଭିଯାନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୯/୦୨
ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ ପ୍ରସ୍ତୁତି କୁ ନେଇ ସମସ୍ତ ପ୍ରମୁଖ ଦଳ ମଧ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ଦଳ ସପକ୍ଷରେ ଜନମତ ଦେବାକୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା ଙ୍କୁ ନେଇ ମହିମା ପଞ୍ଚାୟତ ମହାଭାରତ ପଡ଼ିଆ ଆମ୍ବତୋଟା ରେ ବୁଥ ଶଶକ୍ତିକରଣ ଓ ଗାଁ କୁ ଚାଲ ଅଭିଯାନ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଆର୍ତ୍ତତ୍ରଣ ମହାପାତ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ସଭାପତିତ୍ୱ ରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, କଳାହାଣ୍ଡି ଲୋକସଭା ସହ ସଂଯୋଜକ ଗୋଦାବରୀଶ ପାତ୍ର, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ, ବରିଷ୍ଠ ନେତା ବନମାଳୀ ବାଗ, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ଏସ.ସି ମୋର୍ଚ୍ଚା ସଭାପତି ଆମପାଣି ମଣ୍ଡଳ,ନକୁଳ ନାଏକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ଓ ଗାଁ କୁ ଚାଲ ଅଭିଯାନ କୁ କେମିତି ତୃଣମୂଳ ସ୍ତରରେ ସଫଳ କରିବା ସେନେଇ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories