କନ୍ଦାବୁଟୁରା ଠାରେ ମାଁ ଲଙ୍କେଶ୍ବରୀ କ୍ରିକେଟ୍ ଟୁର୍ନାମେଣ୍ଟା ବାନେର ଟିମ ଚାମ୍ପିୟାନ।

କୋକସରା:୧୦/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ଠାରେ ଚାଳିଥିବା ମା ଲଙ୍କେଶ୍ବରୀ କ୍ରିକେଟ୍ ଟୁର୍ନାମେଣ୍ଟା ଉଦଯାପିତ ହୋଇ ଯାଇଛି । କ୍ରିକେଟ୍ ଟୁର୍ନାମେଣ୍ଟା ରେ ମୋଟ ୧୬ ଟି ଦଲ ଅଂଶ ଗ୍ରହଣ କରିଥିବା ବେଳେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବାନେର (ମୋନଷ୍ଟେର)ଏବଂ କୁଚାଗାଁ ଦଲ ମଧ୍ଯରେ ଚିତାକର୍ଷକ ଖେଳ ଦେଖିବାକୁ ମିଳିଥିଲା। ଫାଇନାଲରେ ବାନେର ଦଲ ବିଜୟୀ ହୋଇ ଚାମ୍ପିଅନ ଟ୍ରଫି ବିଜେତା ହୋଇଥିବା ବେଳେ କମିଟିର ଅଧ୍ୟକ୍ଷ ଫୁଲଚନ ବେହେରା ଙ୍କ ସଭାପତିତ୍ୱ ରେ ଉଦଯାପନି ପୁରସ୍କାର ବିତରଣ ଉତ୍ସଵ ରେ ରେ ମୁଖ୍ଯ ଅତିଥି ଭାବେ ଡିଫାଇନ କଲାହାଣ୍ଡି ର ଅଧ୍ୟକ୍ଷ ନେତା ମଧୁ ମହାନ୍ତି ଯୋଗ ଦେଇ ଏହିଭଳି କ୍ରୀଡା ଆୟୋଜନ ହେଲେ ଆମ ମଧ୍ୟରେ ବନ୍ଧୁତା ନିବିଡ଼ ହେବା ସହ ଗ୍ରାମାଞ୍ଚଳରେ କ୍ରୀଡା କ୍ଷେତ୍ରରେ ବିକାଶ ହେବ ବୋଲି କହିଥିଲେ। ମୁଖ୍ଯବକ୍ତା କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ସମାନିତ ଅତିଥି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ, ପବିତ୍ର ବେହେରା ,ଡ଼ମ୍ବୁ ବେହେରା, ରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବିଜେତା ଓ ଉପ ବିଜେତା ଙ୍କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ।ଖେଳକୁ ଅମ୍ପିୟାର ଭାବେ ସୁବାସ ନାଏକ ଏବଂ ମନୋଜ ନାଏକ ପରିଚାଳନା କରିଥିବା ବେଳେ ମା ଲଙ୍କେଶ୍ବରୀ ଯୁବ ଅନୁଷ୍ଠାନ ର ସଦସ୍ଯ ମାନେ କମଲ ଲୋଚନ ବେହେରା,ଚିତ ବାଣୁଆ, କ୍ଷୀରୋଦ ଧରୁଆ କୁନା ବେହେରା,ପିଣ୍ଟୁ ପୁଝାରୀ, କୁନା ବେହେରା,ଗିରିଧାରି ବାଣୁଆ , ଯୁଧିଷ୍ଠିର ବାଣୁଆ, ଟୁନା ବେହେରା , ପ୍ରମୁଖ ସହଯୋଗ କରିଥିଲେ।