Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଳି କିଆରୀରେ “ରାଷ୍ଟ୍ରପତି” ଦ୍ରୋପଦି ମୁର୍ମୁ ଙ୍କ ପ୍ରତିଛବି କରି ଚର୍ଚ୍ଚା ରେ ଯୁବଚାଷି ।

କୋକସରା:୧୦/୦୨
ତଳିକିଆରିରେ ମହାମହିମ ରାଷ୍ଟରପତି ଦ୍ରୋପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଯୁବ ଚାଷୀ ପ୍ରାଣ ରଞ୍ଜନ ବେହେରା । ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୁଗୋଳ ପାଲଟିଥିବା କଳାହାଣ୍ଡି ଜିଲ୍ଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ । କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଂଜନ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।ଧାନବିଲରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ପ୍ରତିଛବି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଚାଷ ଜମିରେ ତଳି କିଆରୀରେ ତଳି ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତିଛବିକୁ ଆଙ୍କିଵାର ପ୍ରୟାସ କରିଛନ୍ତି ଜୟପାଟଣାର ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଅଗ୍ରଣୀ ଚାଷୀ ପ୍ରାଣ ରଞ୍ଜନ ବେହେରା । ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ,ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଅଭିନଵ ଉଦ୍ୟମ ଦ୍ଵାରା ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି। ତଳି ମଧ୍ୟରେ ତ୍ରିରଙ୍ଗାର ରଂଗ ମଧ୍ୟରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କୃତି କରିବାରେ ସଫଳ ହୋଇଛନ୍ତି। ବିଗତ ବର୍ଷ ମଧ୍ୟ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ବର୍ଷର ମାନଚିତ୍ରକୁ ତିନି ରଂଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ “୭୫” ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା। ୨୦୧୨ ମସିହାରୁ ପ୍ରାଣ ରଞ୍ଜନ ବେହେରା ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଂଗକୁ ତଳି କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବାର ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ” ସେଭ୍ ଓମେନ୍ ସେଭ୍ ନେସନ “, ସେଭ ଗାର୍ଲ ଚାଇଲ୍ଡ ସେଭ ମଦର, ସ୍ଵଚ୍ଛ ଭାରତ ଉପରେ”Together We can”, ଶିକ୍ଷା ଉପରେ ଏଜୁକେସନ ଫର ଅଲ୍”,୩୭୦ ଧାରା ଉଚ୍ଛେଦ ଉପରେ One flag-One nation -One constitution, ଇତ୍ୟାଦି ବିଶେଷ ଆଦୃତ ହୋଇଥିଲା। ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣ ରଞ୍ଜନ ଜୈଵିକ ପ୍ରଣାଳୀରେ ଚାଷ କରି ସ୍ବଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସ ରେ ଅନ୍ୟାନ୍ୟ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି। ଏକାଧାରରେ ଜଣେ ସଫଳ ଚାଷୀ, ସୁଲେଖକ ଏବଂ ସମାଜସେବୀ ଭାବରେ ବିଭିନ୍ନ ଜିଲ୍ଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇପାରିଛନ୍ତି। ଜଣେ ସାଧାରଣ ଓଡ଼ିଆ ଚାଷୀ ଭାବରେ ଵିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ର ମୁଖ୍ୟ ଜଣେ ଓଡ଼ିଆ ମହିଳାଙ୍କୁ ସମ୍ମାନ ଜଣାଇ ଏହି କୃତି କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories