ମା ବସ୍ତରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ସିନ୍ଧିକାଗୁଡା ଚାମ୍ପିୟାନ,ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଡିଫାଇନ କଳାହାଣ୍ଡି ଅଧ୍ୟକ୍ଷ ମଧୁ ମହାନ୍ତି।


କୋକସରା:୧୧/୦୨
କୋକସରା ବ୍ଲକ ଟେମରା ପଂଚାୟତ କୁଳେରଗୁଡା ମା ବସ୍ତରେନ ମାଉଳି ଅନୁଷ୍ଠାନ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି। କୁଳେରଗୁଡା ସିନାପଡା ଖେଳ ପଡ଼ିଆ ରେ ଫାଇନାଲ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡିଫାଇନ କଳାହାଣ୍ଡି ର ମୁଖ୍ୟ ସମାଜସେବି ମଧୁ ମହାନ୍ତି,ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ର ବଗାଡ଼ ଓ ସିନ୍ଧିକାଗୁଡା ଦଳ ମଧ୍ୟରେ ରୋଚକ ସ୍ଥିତି ରେ ପହଞ୍ଚି ଥିବା ବେଳେ ପେନାଲଟି ସୁଟ ରେ ସିନ୍ଧିକାଗୁଡା ଟିମ ମ୍ୟାଚ ବିଜୟୀ ହୋଇଥିଲେ। ଚମ୍ପିୟାନ ସିନ୍ଧିକାଗୁଡା ଓ ରନର୍ସ ଅପ ବଗାଡ଼ ଦଳ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ।ଖେଳ ଶିକ୍ଷକ ତାପସ ଦାସ ଖେଳ ଖେଳାଇଥିବା ବେଳେ ଖେଳ ର ଧାରା ବିବରଣୀ ବୈକୁଣ୍ଠ ଜାଲ ଓ ଚନ୍ଦ୍ର ମୋହନ ପୁଝାରି ଦେଇଥିଲେ । ମା ବସ୍ତରେନ ମାଉଳି ଅନୁଷ୍ଠାନ ର ସଭାପତି ଈଶ୍ୱର ବେହେରା, ସମ୍ପାଦକ ଶ୍ୟାମ ସୁନ୍ଦର ପାଳି,ସହ ସମ୍ପାଦକ କୈଳାଶ ବେହେରା, ସୁରେନ୍ଦ୍ର ପାଳି, ଲିଙ୍ଗରାଜ ଲଦୁଆ,କୋକିଳ ପରାଭୂଏ, ଭୁପେନ୍ଦ୍ର ବେହେରା,ଲକ୍ଷ୍ମୀକାନ୍ତ ପୁଝାରି, ନୀଳକଣ୍ଠ ବେହେରା,ଦୀପକ ପୁଝାରି ଓ ଅନ୍ୟ ସଦସ୍ୟ ମାନେ ଖେଳ।ପରିଚାଳନା ରେ ସହଯୋଗ କରିଥିଲେ।