Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।(ଦିନ ରେ ସ୍ନପ୍ନ ଦେଖିବା, ଓ ସାକାର କରିବା,ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ)

କୋକସରା:୧୪/୦୨
କୋକସରା ବ୍ଲକ ର ଗୋତମୁଣ୍ଡା ପଞ୍ଚାୟତ ବିଗତ ଦିନରେ ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଓ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଥିଲା ତେବେ ଆଜି ଚିତ୍ର ବଦଳିଛି,ଗୋତମୁଣ୍ଡା ପଞ୍ଚାୟତ ଆଜି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି। ଉପାନ୍ତ ଅଞ୍ଚଳ ରେ ଶିକ୍ଷା ର ପ୍ରଦୀପ କୁ ପ୍ରଜ୍ଜ୍ଵଳିତ କରିବାରେ ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ଉଦ୍ୟମ ପ୍ରଶଂସନୀୟ, ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଶିକ୍ଷା ର ଭିତ୍ତିଭୂମି ବିକାଶ ଦିଗରେ ଅଞ୍ଚଳ କୁ ପ୍ରାଧନ୍ୟତା ମିଳିଛି, ଫଳରେ ଦିନେ ଶିକ୍ଷା କ୍ଷେତ୍ରରେ ପଛରେ ଥିବା ବ୍ଲକ ଆଜି ଶିକ୍ଷା କ୍ଷେତ୍ରରେ ସଫଳତା ର ସୋପାନ ଅତିକ୍ରମ କରିଛି ବୋଳି ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଉପସ୍ଥିତ ଶିକ୍ଷାବିଦ ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିଥିଲେ। ବୁଧବାର ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ରାଜ୍ୟ ସରକାର ଙ୍କ ୫ ଟି ଯୋଜନାରେ ପ୍ରତି ଉଚ୍ଚ,ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରିତ ଯୁଗାନ୍ତକାରୀ ପଦକ୍ଷେପ ଉପାନ୍ତ ଅଞ୍ଚଳ ରେ ରାଜ୍ୟ ସରକାରଙ୍କ ଶିକ୍ଷା ର ଜ୍ୟୋତି ଜାଳିଛନ୍ତି ବୋଲି କହିଛନ୍ତି।ସେହିପରି ମୁଖ୍ୟ ବକ୍ତା ଭାବେ ବେହେରା ଲକ୍ଷିରାମ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ନିର୍ମଳ ଚନ୍ଦ୍ର ନାଏକ ଯୋଗଦେଇ ଶିକ୍ଷା,ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସମନ୍ୱୟ ବିଷୟରେ ନିଜ ବକ୍ତବ୍ୟ ରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ନିଜ ଅଞ୍ଚଳ ପାଇଁ ରାଜ୍ୟ ସରକାର ଶିକ୍ଷା ର ଭିତ୍ତିଭୂମି ବିକାଶ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।ଅନ୍ୟ ଅତିଥି ଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଛାତ୍ରଛାତ୍ରୀ ଙ୍କୁ ଭବିଷ୍ୟତ ଗଢିବା ପାଇଁ ଦିନ ରେ ସ୍ନପ୍ନ ଦେଖିବା, ଓ ସାକାର କରିବା ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ ବୋଲି ପରାମର୍ଶ ଦେଇଥିଲେ।ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ସମିତି ସଭ୍ୟା ଶାମୁକା ନାଏକ, ସିଆରସି ଅଜୟ ମାଝୀ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ଅବସର ରେ କୋକସରା ବ୍ଲକ ର ପ୍ରମେୟ ଖବରକାଗଜ ସାମ୍ବାଦିକ ସନତ କୁମାର ପ୍ରଧାନୀ ଓ ଯୁବ ସାମ୍ବାଦିକ ଭାବେ ଦୁଷ୍ମନ୍ତ ପାଟଯୋଶୀ ଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସ୍କୁଲ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ କରିଥିବା ବେଳେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories