Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଶିକ୍ଷାନୁଷ୍ଠାନ ରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ‘ଲହ୍ମେ’ ଆୟୋଜିତ ।

କଳାହାଣ୍ଡି:୧୪/୦୨
ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିକାଶ ଆବାସିକ ବିଦ୍ୟାଳୟ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ‘ଲହ୍ମେ’ ଆୟୋଜିତ ହୋଇ ଯାଇଛି । ଏହି ଉତ୍ସବରେ ବିକାଶ ବିକାଶ ଗୃପ୍ଅଫ୍ ଇନଷ୍ଟିଚ୍ୟୁସନ, ଭବାନୀପାଟଣା ର ନିର୍ଦ୍ଦେଶକ ଡି. ଶ୍ୟାମ ଅନ୍ୟତମ ନିର୍ଦେଶକ ଡି. ରାମ କୁମାର ଏକାଡେମିକ ଇନଚାର୍ଜ ଡି. ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟ ଡି. ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ଏବଂ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରାଯାଇ ଥିଲା। ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରଥମ ବର୍ଷର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଓ ଅଗ୍ରଜ ମାନଙ୍କ ଠାରୁ କିପରି ସ୍ନେହ ଓ ଆଦର ପାଇଥିବା ବ୍ୟକ୍ତ କରିଥିଲେ । ଅତିଥି ମାନେ ମଧ୍ୟ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ବାର୍ଷିକ ପରୀକ୍ଷାରେ କିପରି କୃତିତ୍ଵ ଅର୍ଜନ କରିବେ ଓ ଶୃଙ୍ଖଳିତ ଜୀବନ ଜାପନ କରି ସମାଜର ସେବାରେ ବ୍ରତୀ ହେବେ ଏହି ଉତ୍ତରତ୍ଵର ଜୀବନ ମଧୁମୟ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଥିଲେ । ପରେ ଦିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷର ରହଣିର ଅନୁଭୂତି ବଖାଣି ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ ହୋଇଥିଲା । କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନୁଷ୍ଠାନର କର୍ମଚାରୀଙ୍କ ସହଯୋଗ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories