Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦୪ ଅଖଣ୍ଡ ପ୍ରହର ନାମଯଜ୍ଞ ରେ ପ୍ରବଳ ଜନ ସମାଗମ।

କୋକସରା:୧୪/୦୨
କୋକସରା ବ୍ଲକ ଜାତୀୟ ରାଜପଥ ୨୬ ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଖେଳ ପଡ଼ିଆ ରେ ଶ୍ରୀ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ରେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହେଉଛି। ପୂଜା କମିଟି ପକ୍ଷରୁ ପ୍ରତିଦିନ ଜଣେ ଲେଖାଏଁ ପୂଜାକର୍ତ୍ତା ଙ୍କୁ ଅଖଣ୍ଡ ନାମଯଜ୍ଞ ରେ ପୂଜାକର୍ତ୍ତା ଭାବେ ପୂଜାକାର୍ଯ୍ୟ କରୁଥିବା ବେଳେ ବୁଧବାର କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଶ୍ରୀମାନ ରାଜୀବ ଅଗ୍ରୱାଲ ଓ ରିତା ଅଗ୍ରୱାଲ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ନାମଯଜ୍ଞ କମିଟି ପକ୍ଷରୁ ଅନ୍ନଭୋଗ,ପାନୀୟ ଜଳ, ବିଶ୍ରାମ ନେବାପାଇଁ ଟେଣ୍ଟ ର ବ୍ୟବସ୍ଥା କରାଯାଇଛି। କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ଶହ ଶହ ସ୍ୱେଚ୍ଛାସେବୀ ମାନେ ଦିନରାତି ସେବାକାର୍ଯ୍ୟ ରେ ନିୟୋଜିତ ରହିଛନ୍ତି। କମିଟି ପକ୍ଷରୁ ମିନାବଜାର,ବିଭିନ୍ନ ଦୋକାନ ଶ୍ରଦ୍ଧାଳୁ ଙ୍କ ପାଇଁ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ କୋକସରା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।