କୋକସରା:୧୫/୦୨
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲିଥିବା ବ୍ଳକ ସଭାପତି ପଦବୀ ପୂରଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡି ସଭାପତି ଭାବେ ଅଭିମନ୍ୟୁ ବାଗଙ୍କୁ ମନୋନିତ କରିଛନ୍ତି । ଶ୍ରୀ ବାଗ ଏହି ବ୍ଳକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ଥ ପୋଟେସ ଗ୍ରାମର ହୋଇଥିବା ବେଳେ , ସେ ପଛୁଆବର୍ଗରୁ ଆସିଛନ୍ତି । ସେ ସୁସଂଗଠକ ଓ ଶାନ୍ତ ସ୍ଵାଭାବର ମଣିଷ ହୋଇଥିବା ବେଳେ ,ନିର୍ବାଦିୟ ଓ ସରଳ ବ୍ୟକ୍ତିତ୍ଵ ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ । ଏଭଳି ବ୍ୟକ୍ତିତ୍ବକୁ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ମହଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ୫ ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିୟାନ,ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡି ସଭାପତି ହେଲେ ଅଭିମନ୍ୟୁ ବାଗ ।
