Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଟିଟିଲାଗଡ଼ କୁ ହରାଇ ରାୟଗଡା ଚାମ୍ପିୟାନ।

କୋକସରା:୧୫/୦୨
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବେହେରା ହାଇସ୍କୁଲ ପଡ଼ିଆରେ ୨୮ତମ ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ରେ ଟିଟିଲାଗଡ଼ କୁ ହରାଇ ରାୟଗଡା ଦଣ୍ଡପାଟ ଚାମ୍ପିୟାନ ଟ୍ରଫି ଅକ୍ତିଆର କରି ନେଇଛି । ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥି ରୂପରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ,ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ,ସମ୍ମାନୀୟ ଅତିଥି ଭାବରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ବିଜେଡି ସଭାପତି ମାନସ ରଞ୍ଜନ ବାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ଼,ଆମପାଣି ଜୋନ ଜିଲ୍ଲାପରିଷଦ ହେମନ୍ତ ମାଝୀ, ଧର୍ମଗଡ଼ ଜୋନ ୧ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ,ଆମ ଓଡ଼ିଶା ନବୀନ ଓଡିଶା କଳାହାଣ୍ଡି ଜିଲ୍ଲା ସଂଯୋଜକ ବଦ୍ରୀ ନାରାୟଣ ପଟ୍ଟନାୟକ,ବେହେରା ସରପଞ୍ଚ କୁମୁଦିନୀ ଗଇଁନ୍ତା,ବେହେରା ସମିତି ସଭ୍ୟ କିଶୋର ନାଗ, ତେଣ୍ଡାପାଳି ସମିତି ସଭ୍ୟ ସଂଜୀବ ପଣ୍ଡା, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ ମ୍ୟାଚ ରେ ଟିଟିଲାଗଡ଼ ରାଇଡର ଓ ହନୁମାନ ଏକାଦଶ ରାୟଗଡା ମଧ୍ୟରେ ଏକ ରୋମାଞ୍ଚ ଭରା ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ରାୟଗଡା ଟସ ଜିତି ଟିଟିଲାଗଡ଼ କୁ ବେଟିଙ୍ଗ ଦେଇଥିଲା ।ଟିଟିଲାଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୯ ୱିକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା । ରାୟଗଡ଼ା ୧୪.୩ ଓଭର ରେ ୬ ୱିକେଟ ବିନିମୟ ରେ ୨୦୨ ରନ କରି ବିଜୟ ହାସିଲ କରିଥିଲା ।ମ୍ୟାନ ଅଫ ଦି ମ୍ୟାଚ ବିଶ୍ୱଜିତ ଙ୍କୁ ଘୋଷଣା କର ଯାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ବୋଲର ଟିଟିଲାଗଡ଼ ର ବାବୁ ରଣା,ଓ ବେଷ୍ଟ ବ୍ୟାଟ୍ସମ୍ୟାନ ବେହେରା ଟିମ ର ଟେମ୍ପୁ କୁ ଘୋଷଣା କରାଯାଇଥିଲା । ବିଜେତା ଟିମ କୁ ଟ୍ରଫି ସହ ୫୧ ହଜାର ଓ ରନର୍ସ ଟିମ କୁ ଟ୍ରଫି ସହ ୩୫ ହଜାର,ମ୍ୟାନ ଅଫ ଦି ସିରିଜ କୁ ଟ୍ରଫି ସହ ୫୦୦ ଟଙ୍କା ଆୟୋଜକ ମା ଦନ୍ତେଶ୍ୱରୀ କ୍ରିକେଟ ଟିମ ବେହେରା ଦ୍ୱାରା ପ୍ରଦାନ କରାଯାଇଥିଲା ।ଅମ୍ପାୟର ଭାବେ ଅଜୟ ପଣ୍ଡା ଓ ବବଲୁ ଅଗ୍ରୱାଲ ଖେଲ ପରିଚାଳନା କରିଥିବା ବେଳେ ସ୍କୋକର ଭାବରେ ନିକୁଞ୍ଜ ସାହୁ, ତ୍ରିଲୋକ ସିଂହ, ସଚିକାନ୍ତ ଗଉଡ଼, ଭାସ୍ୟକାର୍ ଭାବେ କ୍ଷୀରସିନ୍ଧୁ ବାଗ, ଜୟନ୍ତ ବାରିକ ଦାୟିତ୍ଵ ସମ୍ଭାଳି ଥିଲେ । ଆୟୋଜକ କମିଟି ସଭାପତି ଈଶ୍ୱର ଲାଲ ଅଗ୍ରୱାଲ, ସମ୍ପାଦକ ଭବେଶ ଗଇନ୍ତା,ଆୟୋଜକ ସଦସ୍ୟ ପ୍ରଶାନ୍ତ ତିୱାରୀ, ବିନ୍ଦୁସାର ବିଶି,ପିଚ୍ କ୍ୟୁରେଟର ରଜନୀ କାନ୍ତ ନାଏକ, ଧନୁ ଗୋପାଲ, ତରେଶ୍ ବିଶି, ବାଳ ବିଶି, ହିମାଂଶୁ ନାଏକ ପ୍ରମୁଖ ସହଯୋଗ କରିଥିଲେ ।ଫାଇନାଲ ମ୍ୟାଚ ରେ ୧୫ ହଜାର ରୁ ଅଧିକ ଦର୍ଶକଙ୍କ ଭିଡ଼ ଦେଖାଯାଇଥିଲା ।