ଇଲେକ୍ଟୋରାଲ ବଣ୍ଡରେ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା, ଚତୁର୍ଥ ସ୍ଥାନରେ ବିଜେଡି, ଜାଣନ୍ତୁ କେଉଁ ଦଳକୁ ମିଳିଛି କେତେ ?


ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ରାଜନୈତିକ ଦଳଗୁଡିକର ନିର୍ବାଚନୀ ଫଣ୍ଡିଂ ପାଇଁ ଛଅ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡକୁ ଗୁରୁବାର ଅସାମ୍ବିଧାନିକ ଦର୍ଶାଇ ତତ୍କାଳ ପ୍ରଭାବରୁ ରୋକ୍ ଲଗାଇଛନ୍ତି । ଏହା ସହିତ ଗୁପ୍ତ ଭାବେ ଦାନ କରାଯାଇଥିବା ସମସ୍ତ ଅର୍ଥ ଓ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବାକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏବେ କୋର୍ଟଙ୍କ ଦସ୍ତାବିଜରୁ ଖୁଲାସା ହୋଇଛି ଯେ, ଛଅ ବର୍ଷ ଅବଧିରେ ଇଲେକ୍ଟୋରାଲ ବଣ୍ଡରୁ କେନ୍ଦ୍ରର କ୍ଷମତାସୀନ ବିଜେପିକୁ ସବୁଠୁ ଅଧିକ ଚାନ୍ଦା ମିଳିଛି ।

୨୦୧୭-୧୮ରେ ଆରମ୍ଭ କରାଯାଇଥିବା ନିର୍ବାଚନୀ ବଣ୍ଡ ସ୍କିମର ଗତ ୬ ବର୍ଷର ବାର୍ଷିକ ଅଡିଟ୍ ରିପୋର୍ଟରୁ ଜଣା ପଡିଛି ଯେ, ବିଜେପିକୁ ସବୁଠୁ ଅଧିକ ୬୫୬୬ କୋଟି ଟଙ୍କାର ଗୁପ୍ତ ଦାନ ମିଳିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ମାତ୍ର ଦଳକୁ କେବଳ ୧୧୨୩ କୋଟି ଟଙ୍କା ମିଳିଛି। ତାଲିକାର ତୃତୀୟ ସ୍ଥାନରେ ରହିଛି ମମତା ବାନାର୍ଜୀଙ୍କ ଟିଏମସି, ଯାହାକୁ ୧୦୯୨ କୋଟି ଟଙ୍କା ମିଳିଛି । ସବୁଠୁ ବଡ କଥା ଟିଏମସି କେବଳ ପଶ୍ଚିମବଙ୍ଗରେ କ୍ଷମତାସୀନ ଥାଇ ଏତେ ଅର୍ଥ ପାଇଛି ।

କୋର୍ଟକୁ ପ୍ରଦତ ଦସ୍ତାବିଜରୁ ଜଣା ପଡିଛି ଯେ, ସିପିଆଇ(ଏମ) ଏକମାତ୍ର ରାଷ୍ଟ୍ରୀୟ ପାର୍ଟି ଯିଏ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଚାନ୍ଦା ସ୍ୱୀକାର କରେ ନାହିଁ । ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଓଡିଶାର ଶାସକ ବିଜୁ ଜନତା ଦଳ । ନବୀନ ପଟ୍ଟନାୟକଙ୍କ ଏହି ପାର୍ଟିକୁ ୭୭୪ କୋଟି ଟଙ୍କା ଚାନ୍ଦା ଭାବେ ମିଳିଛି । ତାମିଲନାଡୁରେ କ୍ଷମତାସୀନ ଡିଏମକେ ପଂଚମରେ ରହିଛି ଏବଂ ଦଳକୁ ୬୧୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ ମିଳିଛି ।

ତେଲେଙ୍ଗାନାରେ ଗତ ୧୦ ବର୍ଷ ଧରି କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି(ବିଆରଏସ) ତାଲିକାରେ ଷଷ୍ଠ ସ୍ଥାନରେ ରହିଛି । ଦଳକୁ ଗତ ୬ ବର୍ଷରେ ମୋଟ୍ ୩୮୩ କୋଟି ଟଙ୍କା ଚାନ୍ଦା ରୂପେ ମିଳିଛି । ଏହି ତାଲିକାରେ ସପ୍ତମ ସ୍ଥାନରେ ଆନ୍ଧ୍ର ପ୍ରଦେଶରେ ସରକାରରେ ଥିବା ୱାଇଏସଆର କଂଗ୍ରେସ ରହିଛି । ଜଗନମୋହନ ରେଡ୍ଡୀଙ୍କ ପାର୍ଟିକୁ ଛଅ ବର୍ଷରେ ନିର୍ବାଚନୀ ବଣ୍ଡ ଜରିଆରେ ମୋଟ୍ ୩୮୨ କୋଟି ଟଙ୍କା ମିଳିଛି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ୧୪୬ କୋଟି ଟଙ୍କା ମିଳିଛି । ନବମରେ ୧୦୧ କୋଟି ସହ ଶିବସେନା ଏବଂ ୯୪ କୋଟି ଟଙ୍କା ସହ ଦଶମରେ ରହିଛି ଆମ୍ ଆଦମୀ ପାର୍ଟି । ଆପକୁ ପ୍ରଥମ ଦୁଇ ବର୍ଷରେ କୌଣସି ଚାନ୍ଦା ମିଳି ନ ଥିଲା ।

ଟପ୍ ୧୦ ଦଳକୁ ମିଳିଥିବା ଚାନ୍ଦା

ବିଜେପି – ୬୫୬୬.୧୨
କଂଗ୍ରେସ – ୧୧୨୩.୩୧
ଟିଏମସି – ୧୦୯୨.୯୮
ବିଜେଡି – ୭୭୪
ଡିଏମକେ – ୬୧୬
ଟିଆରଏସ – ୩୮୩.୬୫
ୱାଇଏସଆର – ୩୮୨.୬୫
ଟିଡିପି – ୧୪୬.୬
ଏସଏଚଏସ – ୧୦୧.୩୮
ଆପ୍ – ୯୪.୨୮

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।