Income Tax Raid: ରକୁଲ ପ୍ରୀତ ସିଂହ ଓ ବାସୁ ଭଗନାନୀଙ୍କ ସହ ଜଡ଼ିତ ୧୨ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ମୁମ୍ବାଇ: ମୁମ୍ବାଇରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍ ସହ ଜଡ଼ିତ ୧୨ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଖୋଜାଖୋଜି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଫିଲ୍ମ ନିର୍ମାଣ ସହ ଜଡ଼ିତ ଆର୍ଥିକ କାରବାର ଏବଂ ଦଲିଲପତ୍ରକୁ ଅଧିକାରୀମାନେ ଯାଞ୍ଚ କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଫିଲ୍ମ ପ୍ରଯୋଜନା ଖର୍ଚ୍ଚ ନାମରେ କରାଯାଇଥିବା କିଛି ସନ୍ଦେହଜନକ ବିଦେଶୀ ଅର୍ଥ ହସ୍ତାନ୍ତର ମଧ୍ୟ ତଦନ୍ତର ପରିସରରେ ରହିଛି। ଆୟକର ଅଧିକାରୀମାନେ ସମ୍ପୃକ୍ତ ଆର୍ଥିକ ରେକର୍ଡ, କାରବାର ଏବଂ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରୁଥିବା କୁହାଯାଉଛି।
ତେବେ ଏହି ଖୋଜାଖୋଜି ଅଭିଯାନରୁ କଣ ତଥ୍ୟ ସାମ୍ନାକୁ ଆସିଛି, ସେନେଇ ବର୍ତ୍ତମାନ ସୁଦ୍ଧା ବିସ୍ତୃତ ଅଧିକାରିକ ସୂଚନା ପ୍ରକାଶ ପାଇନାହିଁ। ତଦନ୍ତ ଜାରି ଥିବାରୁ ଆୟକର ବିଭାଗର ପରବର୍ତ୍ତୀ ପଦକ୍ଷେପ ଏବଂ ଅଧିକ ତଥ୍ୟ ଉପରେ ନଜର ରହିଛି।

