Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଁ ବି ହେବି ନବୀନ ଓଡିଶା ର ସାରଥୀ କୋକସରା ବ୍ଲକ ରେ ବିଜୁ ଯୁବ ଛାତ୍ର ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ।

କୋକସରା:୧୭/୦୨
(ଯୁବଗୋଷ୍ଠି ହିଁ ବିକଶିତ ଓଡିଶା ର ସ୍ୱପ୍ନ ର ସୌଦାଗର )
ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନର କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ଶାଷକ ଦଳ ପକ୍ଷରୁ ର ଯୁବ କର୍ମକର୍ତ୍ତା ଙ୍କୁ କ୍ରିୟାଶୀଳ କରିବା ପାଇଁ ଦଲୀୟ ନେତୃବୃନ୍ଦ ଙ୍କ ନେତୃତ୍ୱରେ ସମାବେଶ ଆୟୋଜନ କରାଯାଉଛି।।ଶନିବାର କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ମୁଁ ବି ହେବି ନବୀନ ଓଡିଶା ର ସାରଥୀ ଏକ ଯୁବ ଛାତ୍ର ସମାବେଶ କୋକସରା ବ୍ଲକ କାଉଡୋଳା ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇଥିଲା। କୋକସରା ଜଗନ୍ନାଥ ମନ୍ଦିର ନିକଟରୁ ଶତାଧିକ ଯୁବ କର୍ମକର୍ତ୍ତା ଏକ ରେଲି ରେ ବାହାରି ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଉପରେ ନାରାବାଜି କରି ଅନୁଷ୍ଠିତ ସଭାସ୍ଥଳ ସମାବେଶରେ ପହଞ୍ଚିଥିଲେ। ମୁଁ ବି ହେବି ନବୀନ ଓଡିଶା ର ସାରଥୀ କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡ଼ି ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ନବୀନ ଓଡିଶା ର ଜିଲ୍ଲା ସଂଯୋଜକ ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଜିଲ୍ଲା ଆଇ.ଟି ସେଲ ସଂଯୋଜକ ସତ୍ୟବ୍ରତ ଦାସ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଯୁବ ସଭାପତି ତଥା ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଛାତ୍ର ଯୁବ ସଭାପତି ମାନସ ବେହେରା,ଯୁବ ଆଦିବାସୀ ନେତା ଋତୁରାଜ ମାଝୀ,ବ୍ଲକ ଯାଦବ ସମାଜ ସଭାପତି ବିନୋଦ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ୨୨ ପଞ୍ଚାୟତ ରୁ ଯୋଗଦେଇଥିବାଯୁବ,ଛାତ୍ର କର୍ମକର୍ତ୍ତା ଙ୍କୁ ରାଜ୍ୟ ସରକାର ନବୀନ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଯୁବଗୋଷ୍ଠି ହିଁ ବିକଶିତ ଓଡିଶା ର ସ୍ୱପ୍ନ ର ସୌଦାଗର ସାଜିବେ ବୋଳି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories