ଇନ୍ଦ୍ରାବତୀ କେନାଲ ରୁ ନିଖୋଜ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର।

କୋକସରା:୧୭/୦୨
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବହୁମୁଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ଭାସୁଥିବା ର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମତେ ମୃତ ବ୍ୟକ୍ତି ମୁଖିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପତିଗୁଡ଼ା ଗ୍ରାମ ର କୁଞ୍ଜ ବିହାରୀ ସିଂ ବୟସ(୫୩) ବୋଳି ଜଣାପଡିଛି।ସେ ଗତକାଳି ଠୁ ନିଖୋଜ ଥିଲେ ଆଜି ତାଙ୍କ ମୃତ୍ୟୁ ଦେହ ମିଳିଛି। ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଦମକଳ କର୍ମଚାରୀ ଙ୍କ ସାହାଯ୍ୟ ରେ ମୃତ ଦେହ କେନାଲ ପାଣି ରୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।