Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ବ ମଙ୍ଗଳା ଯାଦବ ଥଣ୍ଡର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ମୁଖୀଗୁଡା ଦଳ ଚାମ୍ପିୟାନ।

କୋକସରା:୧୭/୦୨
କୋକସରା ବ୍ଲକ ଚିଲିଗୁଡା ମା ସର୍ଵ ମଙ୍ଗଳା ଯାଦବ ଥଣ୍ଡର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗଡରାମାଲ ଖେଳ ପଡ଼ିଆ ରେ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଫାଇନାଲ ଖେଳ ରେ ମୁଖୀଗୁଡା ବନାମ ବେହେରା ଟିମ ମଧ୍ୟରେ ଅତି ରୋମାଞ୍ଚକର ଖେଳ ଦେଖିବାକୁ ମିଳିଥିବା ବେଳେ ବେହେରା ଟିମ କୁ ହରାଇ ମୁଖୀଗୁଡା ଟିମ ମ୍ୟାଚ ଚମ୍ପିୟାନ ହୋଇଥିଲା। ଉଦଯାପିତ।ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ ,ଯାଦବ ସମାଜ ସଭାପତି ବିନୋଦ ବିହାରୀ ରାଉତ,ବିଜେଡି ବ୍ଲକ ସଭାପତି ଶୁଶାନ୍ତ କୁମାର ବେହେରା, ନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ଚମ୍ପିୟାନ ମୁଖୀଗୁଡା ଟିମ ଓ ରନର୍ସ ଅପ ଟିମ କୁ।ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରିଥିଲେ। ଖେଳ ପରିଚାଳନା ରେ ମା ସର୍ଵ ମଙ୍ଗଳା ଯାଦବ ଥଣ୍ଡର ଅନୁଷ୍ଠାନ ର ଅଭିମନ୍ୟୁ ଗୋପାଳ, ମୁକ୍ତେଶ୍ଵର ନାଗ,ସତ୍ୟ ଯାଦବ, ପିପୁ ଯାଦବ,ରାଜେଶ ଯାଦବ, ଦିନେଶ ଯାଦବ,କୌଦଣ୍ଡ ଯାଦବ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories