Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ,ପୁରସ୍କୃତ ହୋଇ ଉତ୍ସାହିତ ହେଲେ ଛାତ୍ରଛାତ୍ରୀ,ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ।

କଳାହାଣ୍ଡି:୧୮/୦୨
ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ହୋଇଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କ ଅବଦାନ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ।ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଓଡିଶା ବିକାଶର ଗୋଟିଏ ଗୋଟିଏ ସ୍ତମ୍ବ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପରିବେଶ ସହିତ ଜଡିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି । ପିଲାଙ୍କ ସ୍ବପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ବାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେଉଛି ।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି।ଭବାନୀପାଟଣା ଡି ଆଇ ଇ ଟି ପଡିଆ ରେ ଅନୁଷ୍ଟିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଶଧୀ ବାଗ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଙ୍କ ସମେତ ସମସ୍ତ ବ୍ଲକ ର ଅଧ୍ୟକ୍ଷ,ଅଧ୍ୟକ୍ଷା ମାନେ ସାମିଲ ହୋଇଥିଲେ। ଏହି ଉତ୍ସବ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନୁଯାୟୀ ୧୧୭ ଜଣ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୧୩୩୪ ଜଣ ଛାତ୍ରଛାତ୍ରୀ ଙ୍କୁ ବ୍ଲକ ସ୍ଥରିୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଛି। ୧୨ ଟି ବ୍ଲକ ସ୍ତରୀୟ ଆଲୁମିନା କମିଟି ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୧୩ ଜଣଙ୍କୁ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା।
ଶିକ୍ଷା ହିଁ ପ୍ରଗତି ଶିକ୍ଷିତ ସମାଜ ହିଁ ପ୍ରଗତି ଶିଲ ସମାଜ ଏହାକୁ ମୂଲମନ୍ତ୍ରୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ର ଶିକ୍ଷ୍ୟା ବ୍ୟସ୍ତାକୁ ପରିବର୍ତ୍ତନ କରି ରୂପାନ୍ତରଣ ରେ ଏକ ନୂଆଁ ଇତିହାରେ ସୃଷ୍ଟି କରିଛନ୍ତି । କୌଣସି ଦେଶ କୌଣସି ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷା ହିଁ ତାକୁ ରାସ୍ତା ଦେଖାଇ ଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ