Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଦାଗଡ଼ ଠାରେ ଅମୃତା ମାତୃ ପିତୃ ସେବା କାର୍ଯ୍ୟକ୍ରମ ଆୟୋଜିତ

କୋକସରା:୧୮/୦୨
ସଡ ଗୁରୁ ମାତା ଅମୃତନନ୍ଦ ମୟୀ ଦେବୀଙ୍କ ଶିଷ୍ୟ ଶ୍ରୀମତୀ ଯୋଷୋଧାରା ମିଶ୍ର ଙ୍କ ପ୍ରେରଣାରେ ବାଳ ଗୋପାଳ ସେବା ନିକେତନ ଓ ଅମୃତା ନନ୍ଦମୟୀ ଙ୍କ ଯୁବ ଶାଖା ଆୟୁଧ ର ମିଳିତ ଆନୁକୁଲ୍ୟରେ ରବିବାର ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ ନିକଟସ୍ଥ ମୋଡୋସିଲ ଆମ୍ବତୋଟା ଠାରେ ଅମୃତା ମାତୃ ପିତୃ ସେବା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ,ବ୍ଲକ ବିଜେଡି ସଭାପତି।ସୁଶାନ୍ତ କୁମାର ବେହେରା,ସମାଜସେବୀ ଋତୁରାଜ ମାଝୀ, ସୁରେଶ ସାହୁ, ଭାବେଶ ଗଇନ୍ତା, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଃସ୍ୱାର୍ଥପର ଭାବେ ମାନବ ସମାଜକୁ ସେବା ଯୋଗାଇ ଏହି ସଂସ୍ଥା ଏକ ମହାନ କାର୍ଯ୍ୟ ହାତକୁ ନେଇଛନ୍ତି, ଯାହା କି ମାନବ ଜାତି ର ହିତ ସାଧନ ପାଇଁ ଉତ୍ସର୍ଗୀକୃତ ମନୋଭାବ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ମାତୃ ପିତୃ ଙ୍କୁ ବସ୍ତ୍ର ସେବା,ସ୍ବାସ୍ଥ୍ୟ ସେବା, ଅନ୍ନସେବା ଓ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଓ ନିଶୁକ୍ଳ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯାଇଛି। ଏହି ଶିବିର ରେ ୨୫୦ ଜଣ ବୃଦ୍ଧା ଓ ୪୫୩ ଜଣ ବୃଦ୍ଧା ମହିଲା ଙ୍କୁ ସାମିଲ କରଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories