Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ଖୋଲିବ ଯୁକ୍ତ ୨ କଳା,ରାଜ୍ୟ ସରକାର ଦେଲେ ମଞ୍ଜୁରୀ।

କୋକସରା:୧୮/୦୨
କୋକସରା ବ୍ଲକ ଆମପାଣି ପଞ୍ଚାୟତ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ, କଳାହାଣ୍ଡି ଶେଷ ସୀମା ରେ ରହିଥିବା ଆମପାଣି ପଞ୍ଚାୟତ ରେ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ପାଇଁ ଆଦିବାସୀ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ପୂର୍ବରୁ ରହିଛି।ଫଳରେ ଏହି ଉଚ୍ଚ ବିଦ୍ୟାଳୟ ରେ ଏହି ଅଞ୍ଚଳ ର ଆଦିବାସୀ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଠନ କରୁଛନ୍ତି। ତେବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ରେ ପଢିବା ପାଇଁ ସୁବିଧା ରହିଥିବା ବେଳେ ଯୁକ୍ତ ଦୁଇ ଖୋଲିବା ପାଇଁ ଅଞ୍ଚଳ ର ଜନ ପ୍ରତିନିଧିମାନେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ଆଦିବାସୀ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ମଧ୍ୟ ବିଗତ ଦିନରେ ଯୁକ୍ତ ଦୁଇ ଖୋଲିବା ପାଇଁ ଲିଖିତ ଅନୁରୋଧ କରି ଆସୁଥିଲେ।ଧର୍ମଗଡ଼ ବିଧାୟକ ଶ୍ରୀ ବାଗ ମଧ୍ୟ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରି ଆସୁଥିଲେ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ୩ ଗୋଟି ଜନଜାତି ଆବାସିକ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା) କୁ ଉନ୍ନୀତ କରିଥିବା ବେଳେ ଆମପାଣି ଏସଏସଡି ବିଦ୍ୟାଳୟ ମଧ୍ୟ ଏହି କ୍ରମରେ ଅନ୍ତର୍ଭୁକ୍ତ ହୋଇଛି।ଆଦିବାସୀ ଅଞ୍ଚଳ ରେ ଶିକ୍ଷା ର ବିକାଶ ପାଇଁ ରାଜ୍ୟ ସରକାର ଆମପାଣି ଏସଏସଡି ବିଦ୍ୟାଳୟ କୁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ସମେତ ଅଞ୍ଚଳ ର ଜନସାଧାରଣ ଧନ୍ଯବାଦ ଓ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ