Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନିର୍ମାଣ ଦାବି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ ବାନେର ଲଡ଼ୁଗାଁ ଅଞ୍ଚଳବାସୀ।

କୋକସରା:୧୯/୦୨
କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବାନେର ଲଡୁଗାଁ ମୁଖ୍ୟ ରାସ୍ତା ଦିର୍ଘ ବର୍ଷ ଧରି ପ୍ରଶାସନିକ ଅବହେଳା କାରଣରୁ ଶୋଚନୀୟ ହୋଇ ପଡି ରହିଛି, ଫଳରେ, ଗମନାଗମନ ରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ ମଧ୍ୟ ତାହାର ସମାଧାନ ବ୍ୟବସ୍ଥା ହେଉ ନଥିବା ହେତୁ ଆକ୍ରୋଶ ଜନତାଙ୍କୁ ଶେଷରେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଡିଛି । ଆଜି ରାସ୍ତା।ଅବରୋଧ ଆନ୍ଦୋଳନରେ ଜୟପାଟଣା ବ୍ଲକର ୬ଟି ପଞ୍ଚାୟତ ସହ କୋକସରା ବ୍ଲକର ପ୍ରଭାବିତ ଅଞ୍ଚଳ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସ୍ଵାଧୀନତା ପରବର୍ତ୍ତୀ ସମୟରୁ ବାନେର ଲଡୁଗାଁ ୧୪ କିମି ସଡକ ଏବେ ମରଣଜନ୍ତା ପାଲଟିଛି। ଅଞ୍ଚଳବାସୀ ଙ୍କ ବାରମ୍ବାର ଅଭିଯୋଗ ଓ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରତିକ୍ରିୟା ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବା ହେତୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ି ଚାଲିଛି । ଏହି ରାସ୍ତା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ଧର୍ମଗଡ ବିଧାୟକ ମୌଶଧି ବାଗଙ୍କ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରିବା ସହ ଏନ୍‌ଏଚ୍‌ ୨୬ ଦେଇ ଜୟପୁର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ରାଜ୍ୟ କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ର ଗୁରୁତ୍ୱ ରହିଛି। ସୂଚନାରୁ ପ୍ରକାଶ ଯେ, ଗତବର୍ଷ ଏହି ସଡ଼କ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୪ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲା । ସେହି ଟେଣ୍ଡରକୁ ଲାଞ୍ଜିଗଡ ବିଧାୟକ ଗତବର୍ଷ ତରବରିଆ ଭୂମି ପୂଜନ ମଧ୍ୟ ସାରିଥିଲେ । ଏଥି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ନ ହୋଇ ସେମିତି ପଡ଼ିରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସଡ଼କ ପାଇଁ ଅନ୍ୟ କେହି ଜଣେ ଠିକାଦାର ମାନ୍ୟବର ହାଇକୋର୍ଟଙ୍କ ଠାରେ ରି ପିଟିସନ ଅଭିଯୋଗ କରିଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।ଜୟପାଟଣା ବ୍ଲକର ବାନେର ସମେତ ଭଇଁରିପାଲି, ରେଙ୍ଗଲପାଲି, ଉଛୁଳା, ବଡ଼ପୁଝାରୀଗୁଡା ପଞ୍ଚାୟତର ଶହ ଶହ ଜନତା ଆନ୍ଦୋଳନରେ ସାମିଲ ହୋଇଛନ୍ତି।।ଏହି।ଅଞ୍ଚଳ ର ଜନ ପ୍ରତିନିଧି ମାନେ ତଥା ପୂର୍ବ ଅଧ୍ୟକ୍ଷ ମାନେ ମଧ୍ୟ ସମର୍ଥନ କରିଥିବା ବେଳେ କଳାହାଣ୍ଡି ସେନା ଓ ଆଦିବାସୀ ସଂଘ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ମୋଟେର ଜୟପାଟଣା ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ଠପ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories