Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସବୁଠୁ ଅଧିକ ରନ, ତଥାପି କୋହଲିଙ୍କ ନାମରେ IPLରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: ବିରାଟ କୋହଲି ଆଇପିଏଲ ଇତିହାସରେ ସର୍ବାଧିକ ରନ କରିଥିବା ବ୍ୟାଟରଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଇପିଏଲରେ ସବୁଠୁ ଅଧିକ ରନ କରିବା ସତ୍ତ୍ଵେ ବି ଦଳ ପରାଜିତ ହେବାର ଅପକୀର୍ତ୍ତି ବିରାଟ କୋହଲିଙ୍କ ନାମରେ ରହିଛି। ବିରାଟ କୋହଲି ଆଇପିଏଲରେ ୫୦ ପ୍ରତିଶତ ରନ ସେହି ସମୟରେ କରିଛନ୍ତି, ଯେଉଁ ସମୟରେ ଦଳ ପରାସ୍ତ ହୋଇଛି। ସେମିତିରେ ଆରସିବିର ପରାଜୟରେ ପୁରୁଣା ଇତିହାସ ରହିଛି।

ବିରାଟ କୋହଲି ୨୦୦୮ଠୁ ହିଁ ଆରସିବିର ପ୍ରତିଟି ସିଜିନ ଖେଳି ଆସିଛନ୍ତି। ଛଅରୁ ଅଧିକ ସିଜିନରେ ସେ ଦଳର ନେତୃତ୍ଵ ନେଇଛନ୍ତି। ତଥାପି ଆରସିବି ଅଦ୍ୟାବଧି ଆଇପିଏଲ ଟ୍ରଫି ଜିତି ପାରିନାହିଁ। ଆଉ ଏହା ମଧ୍ୟ ଲଜ୍ଜାଜନକ ରେକର୍ଡ ଯେ, ବିରାଟ କୋହଲି ଆଇପିଏଲରେ ଏକମାତ୍ର ବ୍ୟାଟର ଯାହାଙ୍କ ୩୧୦୦ରୁ ଅଧିକ ରନ ଦଳ ପରାଜୟରେ ହିଁ ବ୍ୟର୍ଥ ହୋଇଛି। ସୋମବାର ଆଉ ଏକ ଅର୍ଦ୍ଧଶତକ ଦଳକୁ ପରାଜୟରୁ ରକ୍ଷା କରି ପାରିନାହିଁ।

ବିରାଟ କୋହଲି ଆଇପିଏଲରେ ଏ ପର‌୍ୟ୍ୟନ୍ତ ୬୭୮୮ ରନ କରିଛନ୍ତି। ମାତ୍ର ଏଥିରୁ ୩୧୨୨ ରନ ଦଳର ପରାଜୟରେ ହିଁ ରହିଛି। ଦଳ ପରାଜୟରେ ଏତେ ରନ ଆଉ କୌଣସି ଖେଳାଳି କରି ନାହାନ୍ତି। ୨୫୩୮ ରନ ସହିତ ଦ୍ଵିତୀୟରେ ଅଛନ୍ତି ଶିଖର ଧାଓ୍ଵନ। ତାଙ୍କ ପଛକୁ ୨୫୦୩ ଲୁଜିଂ ରନ ସହ ତୃତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର। ତାଲିକାରେ ଚତୁର୍ଥରେ ଅଛନ୍ତି ରବିନ ଉଥପ୍ପା, ଯିଏ ଆଇପିଏଲରୁ ଅବସର ନେଇ ସାରିଛନ୍ତି। ତାଙ୍କର ୨୩୩୮ ରନ ଦଳ ପରାଜୟରେ ରହିଥିବା ବେଳେ ୨୨୯୬ ରନ ସହ ରୋହିତ ଶର୍ମା ତାଲିକାରେ ପଞ୍ଚମରେ ଅଛନ୍ତି।