Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ, ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା, ୯ ଟିକେନ୍ଦ୍ର ରେ ୧୫୪୫ ସ୍ଥାନରେ ୧୫୧୩ ,୩୨ ଛାତ୍ରଛାତ୍ରୀ ଅନୁପସ୍ଥିତ।

କୋକସରା:୨୦/୦୨
ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ମଙ୍ଗଳବାର ଦିନ ଆରମ୍ଭ ହୋଇଛି।ପ୍ରଥମ ଦିନ ରେ ସାହିତ୍ୟ ବିଷୟ ଥିବା ବେଳେ କୋକସରା ବ୍ଲକ ରେ ମୋଟ ୯ ଟି ପରୀକ୍ଷା କେନ୍ଦ୍ର ରେ ୧୫୪୫ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୫୧୩ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାଁନ୍ତି।ସକାଳ ୭ ଟା ରୁ ପରୀକ୍ଷା କେନ୍ଦ୍ର ଆଗରେ ପରୀକ୍ଷାର୍ଥୀ ପହଞ୍ଚି ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲ ଗେଟ ରେ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ଯାଞ୍ଚ କରି ପରୀକ୍ଷା ହଲ କୁ ଛାଡିଥିଲେ। ସକାଳ ୯ ଘଣ୍ଟା ରୁ ଦିନ ୧୧:୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିଲା। ଆଜି ପ୍ରଥମ ଦିନ ରେ ମାତୃଭାଷା ଓଡ଼ିଆ ସାହିତ୍ୟ ପରୀକ୍ଷା ରହିଥିଲା, ତେବେ ପରୀକ୍ଷା କୁ ନିରପେକ୍ଷ ଓ କପି ମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି।
କୋକସରା ସରକାରୀ ଜବହାର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନ ପତ୍ର ରଖାଯାଇଛି । ଏଠାରୁ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିୟୋଜିତ ଶିକ୍ଷକ ମାନେ ଡେସପାଚ ଟିମ୍ ଦ୍ୱାରା ବିଭିନ୍ନ ରୁଟ ରେ ଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ଗୁଡ଼ିକ ପହଞ୍ଚାଇ ଦେବାସହ ପରୀକ୍ଷା ସରିବା ପରେ ପରୀକ୍ଷା କେନ୍ଦ୍ର ରୁ କଡା ସୁରକ୍ଷା ମଧ୍ୟରେ ନୋଡାଲ କେନ୍ଦ୍ର କୁ ଉତ୍ତର ଖାତା ଅଣା ଯାଇଛି। ଏନେଇ ନୋଡାଲ ପରୀକ୍ଷା କେନ୍ଦ୍ର ଅଧିକାରୀ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସୂଚନା ଦେଇଛନ୍ତି।ପ୍ରଥମ ଦିନରେ ମାତୃଭାଷା ବିଷୟ ଥିବା ବେଳେ ଛାତ୍ରଛାତ୍ରୀ ଉତ୍ସାହ ସହ ପରୀକ୍ଷା ଦେଇଥିବା ପ୍ରକାଶ କରିଛନ୍ତି।