କୋକସରା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ମାଝୀଗୁଡା ଟିମ ଚମ୍ପିୟାନ।

କୋକସରା:୨୦/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା କସ୍ତୁରବା ଖେଳ ପଡ଼ିଆ ଠାରେ କୋକସରା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଫାଇନାଲର ଉଦଯାପିତ ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗ ଦେଇ ଗ୍ରାମାଞ୍ଚଳରେ ସମସ୍ତ କ୍ରୀଡା ର ଭିତ୍ତିଭୂମି ବିକାଶ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ଆମେ ଖେଳ ରେ ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବା ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଧବଳେଶ୍ବର ନାଗ, ସ୍ପୋର୍ଟସ କ୍ଲବ ର ମହେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ପହଞ୍ଚି ଥିବା ମାଝୀଗୁଡା ଓ ଦରଲୀପଡା ମ୍ୟାଚ ର ଦୁଇ ଟିମ ର ଖେଳାଳି ଅମ୍ପିଆର ଓ ଖେଳ ପରିଚାଳନା ରେ ସହଯୋଗ କରୁଥଵା ସଦସ୍ୟ ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲର ସଂଘର୍ଷ ପୂର୍ଣ ମ୍ୟାଚ ରେ ମାଝୀଗୁଡା ଟିମ ଚାମ୍ପିୟାନ ହୋଇଥିଲା।ପରେ ବିଜେତା ମାଝୀଗୁଡା ଓ ଉପ ବିଜେତା ଦରଲୀପଡା ଟିମ କୁ ଉପସ୍ଥିତ ଅତିଥୀ ମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅମ୍ପିଆର ଭାବେ ମୋହନ ବାଗ, ଶୁଭ୍ରାଂଶୁ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ।ଖେଳ ର ଧାରା ବିବରଣୀ ମୋହନ ବାଗ, ବାବୁ ସାହୁ ପ୍ରଦାନ କରିଥିଲେ।ସ୍ପୋର୍ଟସ କ୍ଲବ ର ସଭାପତି କ୍ଷୀରସିନ୍ଧୁ ନେଗି,ସୁରେନ୍ଦ୍ର ମାଝୀ, ଧିରଜ ନାଏକ,କିଶନ ନାଏକ, ନିର୍ମାଲ୍ୟ ନାଏକ, ଦେବେନ୍ଦ୍ର ନାଏକ,ସୌମ୍ୟ ବେହେରା,ସୁବ୍ରତ ପୁଝାରି, ଜିତାମିତ୍ର ପ୍ରଧାନୀ,ଦେବେନ୍ଦ୍ର ନାଏକ,ଧିରଜ ନାଏକ ,ସୁଜିତ ନାଏକ, ବବଲୁ ନାଏକ,ସୁରଜ ନାଏକ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।