Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟି ମୁଣ୍ଡିଆଣି ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା,ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କଲେ ଶ୍ରଦ୍ଧାଳୁ ।

କୋକସରା:୨୧/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତ ର ଆରାଧ୍ୟ ଦେବତା ହେଉଛନ୍ତି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି,ସୁଖରେ ଦୁଃଖ ରେ ଡାକ ଦେଲେ ସାହା ହୁଅନ୍ତି ମା ସର୍ଵ ମଙ୍ଗଳା, ଏଣୁ ଦେବୀ ଙ୍କ ପ୍ରତି ରହିଛି ଅଗାଢ ବିଶ୍ୱାସ। ମାଘ ମାସ ର ପ୍ରଥମ ମଙ୍ଗଳବାର ଦିନ ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରା ରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ଚୋରଣି ଦୁଆର, କୁଳେରଗୁଡା, ବାଞ୍ଜିକୋଟ, କନକପୁର, ବୋରପଦର, ଆମଗୁଡା,ପିପଲଝାପର ଗ୍ରାମ ରୁ ଦେବାଦେବୀ ଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ମନ୍ଦିର ନିକଟରେ ଗ୍ରାମ ପୁଜକ ମନୋହାର ପୁଝାରି ପୂଜାର୍ଚ୍ଚନା କରି ଦେବାଦେବୀ ଙ୍କୁ ଆମନ୍ତ୍ରଣ କରିଥିଲେ, ପରେ ଶିରା ଙ୍କ ଦେହରେ ଦେବାଦେବୀ ଙ୍କ କାଲିସି ଲାଗି ହୋଇ ମଣ୍ଡେଇ ପଡ଼ିଆ କୁ ୩ ଥର ଲାଠିକୁର୍ସି ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ସର୍ଵ ମଙ୍ଗଳା ଙ୍କ ନିକଟରେ ଶୁକ୍ଳ ଭୋଗ ଓ ପାର୍ଶ୍ଵ ଦେବାଦେବୀ ଙ୍କ ନିକଟରେ ରକ୍ତ ଭୋଗ ଅର୍ପଣ କରିଥିଲେ। ଅଞ୍ଚଳବାସୀ ଙ୍କ ବିଶ୍ୱାସ ରହିଛି ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠାନ କଲେ ରୋଗ,ଶୋକ,ବ୍ୟାଧି ରୁ ଅଞ୍ଚଳବାସୀ ମୁକ୍ତ ହୁଅନ୍ତି ଓ ଆଗାମୀ ଦିନରେ ଚାଷବାସ ଭଲ ହୁଏ। ପୂଜାର୍ଚ୍ଚନା ରେ ଗଣନାଥ ପୁଝାର,ତ୍ରିନାଥ ମାଝୀ, ଅଖିଳ ମାଝୀ,ଦେବୀ ସିଂ ମାଝୀ ସହଯୋଗ କରିଥିଲେ। ପୂଜା ପରିଚାଳନା ରେ କମିଟିର ସଭାପତି ହେମନ୍ତ କୁମାର ମାଝୀ, ବଳରାମ ମାଝୀ,ନିରଞ୍ଜନ ବାଗ, ପୂର୍ଣ୍ଣଚନ୍ଦ୍ର ନାଏକ,ହିମା ଞ୍ଚଳ ପୁଝାର, ପାର୍ଥବ ମାଝୀ,ରତନ ମାଝୀ, ରୁକଧାର କାଣ୍ଡ,ଯଦୁମଣି ଦୁର୍ଗା, ଭରତ ପୁଝାର,ମୁକୁନ୍ଦ ନାଗେଶ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories