Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଭୂତ ରେ ଲୀନ ହେଲେ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ,ଶବଧାର ରେ ସାମିଲ ହେଲେ ଜନସାଧାରଣ।

କୋକସରା:୨୧/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହର ର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ(ତିଳ ବାବୁ) ଙ୍କ ମଙ୍ଗଳବାର ଦିନ ଲଡୁଗାଁ ସ୍ଥିତ ବାସଭବନ ରେ ହୃଦଘାତ ରେ ଅକାଳ ବିୟୋଗ ହୋଇଥିବା ବେଳେ ବୁଧବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ ହୋଇଛି। ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ସମାଜସେବୀ,ପରୋପକାରୀ, ମେଳାପୀ,କର୍ତ୍ତବ୍ୟନିଷ୍ଟ ବ୍ୟକ୍ତି ବିଶେଷ ଭାବେ ଜିଲ୍ଲା ରେ ପରିଚୟ ସୃଷ୍ଟି କରିଥିଲେ।।ଲଡୁଗାଁ ରେ ମାମୋଦେବୀ ଦାତବ୍ୟ ହସ୍ପିଟାଲ ଖୋଲି ଅଞ୍ଚଳ ର ଗରିବ, ନିରୀହ ଶ୍ରେଣୀର ଜନସାଧାରଣ ଙ୍କୁ ନିଶୁଳ୍କ ରୋଗୀ ସେବା ସହ ମାଗଣା ଔଷଧ ଯୋଗାଇ ଦେବାସହ ରୋଗୀ ଙ୍କ ଜରୁରୀକାଳୀନ ସେବା ପାଇଁ ନିଶୁକ୍ଳ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇ ଆସୁଥିଲେ। ତାଙ୍କ ର ସମାଜସେବ ପାଇଁ ଅଞ୍ଚଳ ର ଜନ ସାଧାରଣ ଉପକୃତ ହେଉଛନ୍ତି। ବୁଧବାର ତାଙ୍କ ପାର୍ଥିବ ଶରୀର ରେ ହଜାର ହଜାର ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ଶେଷ କୃତ୍ୟ ଲଡୁଗାଁ ସ୍ୱର୍ଗଧାମ ରେ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ସାନ ଭାଇ ରମେଶ କୁମାର ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାର ରେ ହଜାର ହଜାର ଜନ ସାଧାରଣ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories