କୋକସରା:୨୨/୦୨ ଆମପାଣି ରୁ ଧର୍ମଗଡ଼ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଭୁର୍ଷାଗୁଡା ନିକଟରେ ଥିବା ବ୍ରିଜ ର ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା ହୋଇଥିବା ବେଳେ ବାଇକ ରେ ଥିବା ଦୁଇ ଯୁବକ ଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ କଲମପୁର ଥାନା ଅରେବେଡ଼ା ଗ୍ରାମର ଲିଙ୍ଗରାଜ୍ ମାଝୀ ଓ ପୋଢ଼ବେଡା ଗ୍ରାମର ତୁଲାରାମ ପୁଝାରି କୋକସରା ବ୍ଲକ ର ଡୁଡୁକାଠେଙ୍ଗା ନିଜ ସମ୍ପର୍କୀୟ ଵିଵାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ସମୟରେ ଘଣ୍ଟିଗୁଡା ଓ ଭୁର୍ଷାଗୁଡା।ମଝିରେ ଥିବା ବ୍ରିଜ ର ଡିଭାଇଡର ରେ ପିଟିହୋଇ ଦୁର୍ଘଟଣା ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ଦୁର୍ଘଟଣା ବାଇକ କୁ ଜବତ କରିବା ସହ ମୃତ ଯୁବକ ଙ୍କ।ପରିବାର ଙ୍କୁ ସୂଚନା ଦେଇଥିଲେ।ତେବେ ସନ୍ଧ୍ୟା ହେବା କାରଣରୁ ଶବ ବ୍ୟବଚ୍ଛେଦ ଆସନ୍ତା କାଲି ହେବ ଓ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଆମପାଣି ଥାନା ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡା ସୂଚନା ଦେଇଛନ୍ତି ।
ବ୍ରିଜ ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର।
