Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ।

କୋକସରା:୨୨/୦୨ କଳାହାଣ୍ଡି ଜିଲ୍ଲା କୋକସରା ଦୁଇ ଦଫା ଦାବିନେଇ ଆଜି ଦ୍ଵିତୀୟ ଦିନ ରେ ସମଗ୍ର ରାଜ୍ୟରେ ଅଗ୍ନିକ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କୋକସରା ଅଗ୍ନିଶମ କର୍ମଚାରୀ ମାନେ ମଧ୍ୟ ବୁଧବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଫଳରେ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଏପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆଗ୍ନିକ କର୍ମଚାରୀମାନେ ଆକସ୍ମିକ ଦୁର୍ଘଟଣା,ନିଆଲିଭା, ଉଦ୍ଧାର ଆଦି ବିଭିନ୍ନ ଜରୁରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ନିଜ ହକ ନିମନ୍ତେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ସେବା ଯୋଗାଇ ପାରୁ ନଥିବାରୁ ଜନ ସାଧାରଣଙ୍କ ପାଖରେ ସେମାନେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତାଙ୍କର ଦୁଇଟି ଦାବି ହେଉଛି ପୋଲିସ ସହିତ ସମାନ ଦରମା, ଫାୟରମେନ ସଂଘକୁ ସରକାରୀ ପଞ୍ଜିକରଣ ଆଦି ଦାବି ରହିଛି। ପୂର୍ବରୁ ସେମାନେ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇ ଆସୁଛନ୍ତି। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ କୋକସରା ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଅଗ୍ନିକ, ଅଗ୍ନିକ ଗାଡିଚାଲକ ଓ ହାବିଲଦାର ମାନେ ରାଧେଶ୍ୟାମ ପ୍ରଧାନୀ, ଶ୍ୟାମଲାଲ ଗୌଣ୍ଡ,ଏହି ଆନ୍ଦୋଳନ ରେ ସାମିଲ ଲଳିତ ପୁଟେଲ, ସତ୍ୟମ ମାଝୀ, ଦିଗାମ୍ବର ଶବର, ମନୋଜ ବିଶ୍ୱାଳ, ବାସୁଦେବ ଭୋଇ ପ୍ରମୁଖ ଅଗ୍ନିଶମ କର୍ମଚାରୀ ସାମିଲ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories