Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଟାୟାର ଫାଟିବାରୁ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଜ୍ୱାଇଁ ମୃତ ଶଶୁର ଆହତ,ପୋଲିସ ର ତଦନ୍ତ ଜାରି।

କୋକସରା:୨୩/୦୨
କୋକସରା ଥାନା ଅନ୍ତର୍ଗତ ଛିଲିପାମାଲ ଗ୍ରାମ ରୁ ଡ଼ହଗାଁ କୁ ସଂଯୋଗ କରୁଥିବା ରାସ୍ତା ର ଏକ ବୁଲାଣି ରେ ଗୁରୁବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ରେ ବାଇକ ରେ ଥିବା ଜ୍ୱାଇଁ ଓ ଶଶୁର ଙ୍କ ମଧ୍ୟରୁ ଜ୍ୱାଇଁ ର ମୃତ୍ୟୁ ହୋଇଥିବା ବେଳେ ଶଶୁର ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ କଲମପୁର ବ୍ଲକ କୋଟାଗାଁ ର ଜ୍ୱାଇଁ ଓ ଜାମପଡା ଗ୍ରାମ ରୁ ଶଶୁର ନେଗିଗୁଡା ବିବାହ ରେ ଯୋଗଦେଇ ଫେରୁଥିବା ସମୟରେ ଛିଲିପା ମାଲ ପୋଖରୀ ବୁଲାଣି ନିକଟରେ ବାଇକ ର ଆଗ ଚକ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁହେଁ ଦୁର୍ଘଟଣା ଘଟିଥିଲା, କିଛି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତା ରେ ଦୁଇ ଜଣ ଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ଜ୍ୱାଇଁ ଡିଙ୍ଗର କଟା(୩୫) ଙ୍କୁ।ମୃତ ଘୋଷଣା କରିଥିଲେ ଓ ଆହତ ଶଶୁର ହେଉଛନ୍ତି ଜାମପଡା ଗ୍ରାମର କ୍ଷିତିରାମ କଟା(୬୦) ବୋଳି ଜଣାପଡିଛି। ଖବର ପାଇବା ପରେ କୋକସରା ଏଏସଆଇ ଉଷା ହରିଜନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories