୨୮ ରେ ଚାଷି ଙ୍କ ସମସ୍ୟା ନେଇ କୋକସରା ବ୍ଲକ ଘେରାଉ ।

କୋକସରା:୨୫/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ହେଉଛି ଏକ କୃଷି ବହୁଳ ଅଞ୍ଚଳ, ବ୍ଲକ ର ୨୨ ପଞ୍ଚାୟତ ରେ ପାଖାପାଖି ୭୦ ପ୍ରତିଶତ ଜନ ସାଧାରଣ ଚାଷ ଉପରେ ନିର୍ଭର କରି ପେଟପାଟଣା ଓ ପରିବାର ପ୍ରତିପୋଷଣ କରୁଥିବା ବେଳେ କୋକସରା କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ଅଧୀନରେ ରହିଥିବା ବେହେରା ଡେମ,ମୋଡୋସିଲ ଚେକ ଡେମ, ଅଠରନଲା ଚେକ ଡେମ, ଯତାଖଲିଆ ଚେକ ଡେମ ରେ କୋଟି କୋଟି ଟଙ୍କାର ଦୁର୍ନୀତି ସାଙ୍ଗକୁ ଏହି ଚେକ ଡେମ ରୁ ଚାଷି ଜଳସେଚନ ସୁବିଧା ରୁ ବଞ୍ଚିତ ରହିଛନ୍ତି,ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ୨୦୨୧ ରୁ ଖରିଫ ଓ ରବି ଚାଷ ପାଇଁ ଜଳସେଚନ ସୁବିଧା ଯୋଗାଇ ଦିଆ ଯାଉଥିବା ବେଳେ ଦ୍ୱୀପ ତଳ ଅନ୍ଧାର ସଦୃଶ ବିଭାଗୀୟ ଅଧିକାରୀ ଙ୍କ ଦୁର ଦୃଷ୍ଟି ଅଭାବ ରୁ କୋକସରା ବ୍ଲକ ର ଅନେକ ପଞ୍ଚାୟତ ର ହଜାର ହଜାର ହେକ୍ଟର ଚାଷଜମି ଜଳସେଚନ ସୁବିଧା ପାଇବାରେ ବଞ୍ଚିତ ରହିଛନ୍ତି । ଏହା ବ୍ୟତୀତ ଧାନ ର ସର୍ବନିମ୍ନ ମୂଲ୍ୟ ୨୯୫୦ ଟଙ୍କା କରିବା, ମଧୁବାବୁ ପେନସନ ସୁବିଧା ଭଳି ଇନ୍ଦିରା ଗାନ୍ଧୀ ପେନସନ ହାତରେ ଦେବା, ବରାଡଙ୍ଗା କମଲ ନଦୀ ରେ ବେରେଜ ନିର୍ମାଣ, ମଣ୍ଡି ରେ ସମ୍ପୁର୍ଣ୍ଣ କଟନି ଛଟନି ବନ୍ଦ, ଚାଷି ଙ୍କ ପ୍ରତି ଟାଟା ପାୱାର କମ୍ପାନୀ ବିଦ୍ୟୁତ ଦେୟ ଅସୁଲି ରେ ମନମାନି ଓ ଚାଷ କାର୍ଯ୍ୟ ରେ ବ୍ୟବହୃତ ଡିଜେଲ ପେଟ୍ରୋଲ ର ଅହେତୁକ ଦର ବୃଦ୍ଧି ଦାବି କୁ ନେଇ ଆସନ୍ତା ୨୮ ତାରିଖରେ କୋକସରା ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହେବାନେଇ କଂଗ୍ରେସ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ ସୂଚନା ଦେଇଛନ୍ତି।