Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳସେଚନ ପାଇଁ ରାଜ୍ୟପାଳ ଙ୍କୁ ଦାବିପତ୍ର ଦେଲେ ଲଡୁଗାଁ ଜୟ ଜଗନ୍ନାଥ କୃଷକ ମଞ୍ଚ ର କର୍ମକର୍ତ୍ତା।

କୋକସରା:୨୭/୦୨
ଓଡିଶା ର ମହାମହିମ ରାଜ୍ୟପାଳ ରଘୁବର ଦାସ ସୋମବାର କଳାହାଣ୍ଡି ଗସ୍ତରେ ଆସିଥିବା ସମୟରେ କୋକସରା ବ୍ଲକ ଲଡୁଗାଁ ଜୟ ଜଗନ୍ନାଥ କୃଷକ ମଞ୍ଚ ର କର୍ମକର୍ତ୍ତା ମାନେ ଭବାନୀପାଟଣା ସାର୍କିଟ ହାଉସ ରେ ରାଜ୍ୟପାଳ ଙ୍କୁ ସାକ୍ଷାତ କରି କୋକସରା ବ୍ଲକ ର ଦେଇ ଯାଇଥିବା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଲଡୁଗାଁ ପଞ୍ଚାୟତ ଦେଇ ଯାଇଥିବା ବେଳେ ପରିଚାଳନା ତ୍ରୁଟି ଯୋଗୁଁ ପଂଚାୟତ ର ହଜାର ହଜାର ହେକ୍ଟର ଚାଷଜମି ଜଳସେଚନ ରୁ ବଞ୍ଚିତ ରହିଥିବା ଓ କୋକସରା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଆମପାଣି ପଂଚାୟତ କନ୍ଦାଗଡ଼ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ମୋଡ଼ସିଲ ଚେକଡେମ ବିଭାଗୀୟ ଅଧିକାରୀ ଙ୍କ ନିର୍ମାଣ ଜନିତ ତ୍ରୁଟି କାରଣରୁ ଚାଷୀ ଜଳସେଚନ ସୁବିଧା ପାଉ ନଥିବା ନେଇ ଅଭିଯୋଗ ସହ ମୋଡସିଲି ଚେକଡେମ ର ପୁନରୁଦ୍ଧାର ହେଲେ ୫ ପଞ୍ଚାୟତ ର ଚାଷି ଜଳସେଚନ ସୁବିଧା ପାଇ ଉପକୃତ ହେବେ ବୋଳି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଜୟ ଜଗନ୍ନାଥ କୃଷକ ମଞ୍ଚ ର ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ, ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ରାଜ୍ୟପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories