Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବିଶାଳ ସମାବେଶ୩୨୯ ଟି ଦଳ ପାଇଲେ ସୁଧ ବାବଦକୁ ୧୨ ଲକ୍ଷ ଟଙ୍କା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ମଙ୍ଗଳବାର ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୁନି ସାହୁ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ବିଡିଓ ମଣ୍ଟୁ ଖମାରୀ, ସିଡିପିଓ ଗିରିଜା ଗୁଡ଼ଲା,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ବ୍ଲକ ଫେଡରେଶନ ସଭାପତି ଜୟନ୍ତୀ ସାହୁ, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ରିଷିଡା ସରପଞ୍ଚ ସେବତୀ ରଣା, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଁଲ ପ୍ରମୁଖ ଯୋଗ ଦେଇ ବ୍ଲକ ର ଯୋଗ୍ୟ ବିବେଚିତ ୩୨୯ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ସୁଧ ବାବଦକୁ ୧୨ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି ବିପିସି ବିପିନ ବାରିକ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଇସିଡିଏସ ସୁପରଭାଇଜର କୁଶୁମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ବିପିଏସିଏ ନେତ୍ରରାଜ ତାଣ୍ଡି, ଭାରପ୍ରାପ୍ତ ବିପିଏମ୍ ଲଳିତ ବିଶି ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ