ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

କଳାହାଣ୍ଡି:୨୮/୦୨
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦେକୋଟ ଗ୍ରାମର ଜଣେ ନାବାଳକ ଗାଧୋଇବା ବେଳେ ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତ ନାବାଳକ ଜଣକ ହେଲେ ଦେକୋଟ ଗ୍ରାମର ଅଶ୍ୱିନ ସୁନାନୀ ଙ୍କ ପୁଅ ଆରବ ସୁନାନୀ(୬)। ମଙ୍ଗଳବାର ଦ୍ବିପହର ରେ ସେ ନିକଟସ୍ଥ ବନ୍ଧ କୁ ଗାଧୋଇ ବାକୁ ଯାଇ ଘରକୁ ଫେରି ନଥିଲେ।ଖୋଜାଖୋଜି କରିବା ପରେ ଗ୍ରାମବାସୀ ପାଣି ରେ ବୁଡି ମରୁଥିବା ଦେଖି ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ମଙ୍ଗଳବାର ମୃତଦେହ କୁ ବ୍ୟବଚ୍ଛେଦ କରାଯାଇ ପାରି ନାହିଁ।ବୁଧବାର ଦିନ ବ୍ୟବଚ୍ଛେଦ କରାଯାଇ ମୃତ ଦେହ କୁ ପୋଲିସ ପରିବାର କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତରେ ଗୋଲାମୁଣ୍ଡା ଥାନା କେଶ ରୁଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି। ସୂଚନା ଥାଉ କି ମୃତ ନାବାଳକର ବାପା ମା ଦାଦନ ଯାଇଥିବା ବେଳେ ଅଜା ଆଇ ନିକଟରେ ରହୁଥିଲେ।